ଜର୍ଜ ଫ୍ଲାୟଡଙ୍କୁ ହତ୍ୟା କରିଥିବା ପୁଲିସ ଅଧିକାରୀଙ୍କୁ ୨୨ ବର୍ଷ ଜେଲ୍‌

ମିନିୟାପୋଲିସ(ଆମେରିକା) : ଆମେରିକାରେ କୃଷ୍ଣକାୟ ଜର୍ଜ ଫ୍ଲାୟଡଙ୍କୁ ହତ୍ୟା କରିଥିବା ମିନିୟାପୋଲିସର ପୂର୍ବ ଅଧିକାରୀ ଡେରେକ୍‌ ଚୌବିନ୍‌ଙ୍କୁ ୨୨ ବର୍ଷ ୬ ମାସ୍‌ ଜେଲ୍‌ ଦଣ୍ଡରେ ଦଣ୍ଡିତ କରାଯାଇଛି । ଚୌଭିନ୍‌ ୨୫ ମେ ୨୦୨୦ରେ ଫ୍ଲାୟଡଙ୍କୁ ତଳେ ପକାଇ ତାଙ୍କୁ ଆଣ୍ଠୁରେ ଅନେକ ସମୟ ଚାପି ରଖିଥିଲେ ଏବଂ ଏଥିରେ ଫ୍ଲାୟଡଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ ଆମେରିକାରେ ବ୍ୟାପକ ରଂଗଭେଦ ହିଂସା ଦେଖିବାକୁ ମିଳିଥିଲା। କୃଷ୍ଣକାୟଙ୍କ ଜୋର୍‌ଦାର ଆନ୍ଦୋଳନ ଯୋଗୁଁ ଆମେରିକାରେ ପ୍ରାୟ ୩ ସପ୍ତାହ ଧରି ତୀବ୍ର ଉତ୍ତେଜନା ଲାଗି ରହିଥିଲା।

ସମ୍ବନ୍ଧିତ ଖବର