ଦେଖନ୍ତୁ ଭିଡିଓ: ରାମବନରେ ଆତଙ୍କବାଦୀମାନଙ୍କୁ ଆତ୍ମସମର୍ପଣ କରିବାକୁ କହୁଛନ୍ତି ପୁଲିସ ଅଧିକାରୀ

ଶ୍ରୀନଗର: ଶନିବାର ଦିନ ରିଲିଜ୍‌ ହୋଇଥିବା ଗୋଟାଏ ଭିଡିଓରେ ଦେଖାଯାଉଛି ଯେ ବାତୋତ୍‌ ସହରରେ ଏନ୍‌କାଉଣ୍ଟର୍‌ ସମୟରେ ନିରାପତ୍ତା ବଳ ଗୁଳି କରି ମାରିବା ପୂର୍ବରୁ ରାମବନର ଏସ୍‌ଏସ୍‌ପି ଅନୀତା ଶର୍ମା ଆତଙ୍କବାଦୀମାନଙ୍କୁ ଆତ୍ମସମର୍ପଣ କରିବାକୁ କହୁଛନ୍ତି। ଗୋଟିଏ ଘର ମଧ୍ୟରେ ଜଣେ ସାଧାରଣ ନାଗରିକଙ୍କୁ ପଣବନ୍ଦୀ ରଖିଥିବା ତିନି ଜଣ ଆତଙ୍କବାଦୀ ଏନ୍‌କାଉଣ୍ଟର୍‌ରେ ହତ୍ୟା କରାଯାଇଥିଲା। ସେନା, ଜମ୍ମୁ ଓ କଶ୍ମୀର ପୁଲିସ ଏବଂ ସିଆର୍‌ପିଏଫ୍‌ ଯବାନଙ୍କ ମିଳିତ ଅଭିଯାନରେ ପଣବନ୍ଦୀଙ୍କୁ ନିରାପଦରେ ଉଦ୍ଧାର କରାଯାଇଥିଲା।

ଜମ୍ମୁ ଓ କଶ୍ମୀରର ପୁଲିସ ଇନ୍‌ସ୍‌ପେକ୍ଟର୍‌ ଜେନେରାଲ୍‌ ମୁକେଶ ସିଂହ କହିଛନ୍ତି: ତିନି ଜଣ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି। ପଣବନ୍ଦୀଙ୍କୁ ଉଦ୍ଧାର କରାଯାଇଛି। ଦୁଇ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି ଓ ସେନାର ଜଣେ ଯବାନ ସହିଦ ହୋଇଛନ୍ତି। ଏବେ ଅଭିଯାନ ଶେଷ ହୋଇଛି। ଯେଉଁମାନେ ସକାଳେ ଦେଖା ଦେଇଥିଲେ, ଏମାନେ ହେଉଛନ୍ତି ସେଇ ଆତଙ୍କବାଦୀ।

ଏନ୍‌କାଉଣ୍ଟର୍‌ ସମୟରେ ସହିଦ ହୋଇଥିବା ଯବାନ ହେଉଛନ୍ତି ନାୟକ ରାଜେନ୍ଦ୍ର ସିଂହ। ସିଂହଙ୍କ ଘର ରାଜସ୍ଥାନର ଜୟସାଲମେର୍‌ଠାରେ। ଶେଷକୃତ୍ୟ ନିମନ୍ତେ ତାଙ୍କ ଶରୀର ରବିବାର ଦିନ ବିମାନଯୋଗେ ସେଠାକୁ ଯିବ।

ସମ୍ବନ୍ଧିତ ଖବର