ଜମ୍ମୁ ଓ କଶ୍ମୀର: ଅନନ୍ତନାଗରେ ପୁଲିସ ପାର୍ଟି ଉପରେ ଆକ୍ରମଣ, ଆତଙ୍କବାଦୀ ନିହତ

ଶ୍ରୀନଗର: ଅନନ୍ତନାଗ ଜିଲ୍ଲାରେ ଏକ ପୁଲିସ ପାର୍ଟି ଉପରକୁ ଆକ୍ରମଣ କରାଯିବା ସମୟରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ଶୁକ୍ରବାର ରାତିରେ ଅନନ୍ତନାଗର ଅଚାବଲରେ ଘଟନାଟି ଘଟିଛି।

ଗୁଳି ବିନିମୟ ସମୟରେ ଜଣେ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ଜମ୍ମୁ ଓ କଶ୍ମୀର ପୁଲିସ ଗୋଟାଏ ଅସ୍ତ୍ରଶସ୍ତ୍ର ଛଡ଼ାଇ ନେବା ଚକ୍ରାନ୍ତ ପଣ୍ଡକରିବା ସମୟରେ ସେ କର୍ମଚାରୀଜଣକ ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନ ଥିଲେ ବି ନିୟନ୍ତ୍ରଣରେ ରହିଛି।

ନିହତ ଆତଙ୍କବାଦୀଜଣକ ଆତଙ୍କବାଦୀ ସଂଗଠନ ଲସ୍କର୍‌-ଏ-ତୈବାର ସଦସ୍ୟ ବୋଲି ଜଣାପଡ଼ିଛି। ସମ୍ପୃକ୍ତ ଅଞ୍ଚଳରେ ସେ ନିରାପତ୍ତା ବଳ ଓ ସାଧାରଣ ନାଗରିକଙ୍କ ଅଞ୍ଚଳରେ ଆକ୍ରମଣ କରାଉଥିଲା।

ସେ ଅଞ୍ଚଳରେ ରହିଯାଇଥିବା ଅନ୍ୟ ଆତଙ୍କବାଦୀମାନଙ୍କୁ ଧରିବାକୁ ସର୍ଚ ଅପରେସନ୍‌ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର