୧୦ ଲକ୍ଷ ଟଙ୍କାର ଅପମିଶ୍ରିତ ଛେନା ଜବତ କଲା ପୁଲିସ

ନୋଏଡା: ଉତ୍ତରପ୍ରଦେଶ ପୁଲିସ ଆଜି ଏକ ବଡ ଠକ ଗ୍ୟାଙ୍ଗଙ୍କୁ ଗିରଫ କରିଛି | ଏହି ଠକମାନେ ଅପମିଶ୍ରିତ ପନିର ବା ଛେନା ପ୍ରସ୍ତୁତ କରି ବିକ୍ରି କରୁଥିଲେ | ମିଳିଥିବା ସୂଚନା ମୁତାବକ ଖାଦ୍ୟ ଓ ଯୋଗାଣ ବିଭାଗର ଏକ ସ୍ୱତନ୍ତ୍ର ଟିମ ପକ୍ଷରୁ ଚଢ଼ାଉ କରାଯାଇଥିଲା | ଏହି ଚଢ଼ାଉ ସମୟରେ ୫ ଟନ ଅପମିଶ୍ରିତ ପନିର ଜବତ କରାଯାଇଛି |

ଏହି ପନିରର ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି | ଜିଲ୍ଲା ଖାଦ୍ୟ ଯୋଗାଣ ଅଧିକାରୀ ରାକେଶ କୁମାର କହିଛନ୍ତି ଯେ ସୂଚନାକୁ ଆଧାର କରି ଏହି ଚଢ଼ାଉ କରାଯାଇଥିଲା |

ଜର୍ଚ୍ଛ ପୁଲିସ ଓ ଖାଦ୍ୟ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିବାବେଳେ ୪ଟି ଟ୍ରକ ମଧ୍ୟ ଜବତ କରାଯାଇଛି | ଏହି ଟ୍ରକଗୁଡିକ ସମ୍ଭଳରୁ ଦିଲ୍ଲୀ ଯାଉଥିଲା | ଦୀପାବଳି ପାଇଁ ଏହି ଛେନା ଦିଲ୍ଲୀ ଯାଉଥିଲା | କାରଣ ଦୀପାବଳି ଅବସରରେ ମିଠା ପ୍ରସ୍ତୁତି ପାଇଁ ଏହି ଛେନା ବ୍ୟବହାର ହୋଇଥାନ୍ତା | ଏଠାରେ ସୂଚନା ଥାଉ କି ପୂର୍ବରୁ ଖାଦ୍ୟ ଓ ଯୋଗାଣ ବିଭାଗ ପକ୍ଷରୁ ବିଭିନ୍ନ ମିଠା ଦୋକାନରେ ଚଢ଼ାଉ କରାଯାଇ ୧ ଲକ୍ଷ ୨୦ ହଜାର ଟଙ୍କାର ମିଠା ନଷ୍ଟ କରିଥିଲା |

ସମ୍ବନ୍ଧିତ ଖବର