କାନରେ ଇୟରଫୋନ ଲଗାଇ ଗାଡ଼ି ଚଳାଉଥିବା ଚାଳକଙ୍କୁ ଧରିଲା ପୁଲିସ

ମୁମ୍ବାଇ: ଆପଣ ରାସ୍ତାରେ ଗାଡ଼ି ଚଳାଉଥିବାବେଳେ କାନରେ ଇୟରଫୋନ ଲଗାଇ ଚଲାଉଛନ୍ତି କି ? ଯଦି ହଁ, ତେବେ ସତର୍କ ହୋଇଯାଆନ୍ତୁ | କାରଣ ଇୟରଫୋନ ଲଗାଇ ଗୀତ ଶୁଣି ଶୁଣି ଯିବା ଆପଣଙ୍କ ପାଇଁ ମାହାଙ୍ଗା ସାବ୍ୟସ୍ତ ହୋଇପାରେ | ପ୍ରକୃତରେ କାନରେ ଇୟରଫୋନ ଲଗାଇ ଗାଡ଼ି ଚଳାଇବା ଦ୍ୱାରା ଆପଣଙ୍କ ଧ୍ୟାନ ଅନ୍ୟଆଡ଼େ ଚାଲିଯାଇଥାଏ ଓ ଦୁର୍ଘଟଣାର ଆଶଙ୍କା ବଢ଼ିଯାଇଥାଏ | ଏସବୁକୁ ନଜରରେ ରଖି ମୁମ୍ବାଇ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି |

Photo-Drivespark

ଟ୍ରାଫିକ ପୁଲିସ ପକ୍ଷରୁ ଅଟୋ ଡ୍ରାଇଭରଙ୍କ ଉପରେ ଏହି ଅଭିଯାନ ଚଳାଯାଇଥିବାବେଳେ ବହୁ ସଂଖ୍ୟାରେ ଇୟରଫୋନ ଜବତ ହୋଇଛି | ଯେଉଁ ଅଟୋ ଚାଳକମାନେ କାନରେ ଇୟରଫୋନ ଲଗାଇ ଅଟୋ ଚଳାଉଥିଲେ ସେମାନଙ୍କଠାରୁ ମାଳ ମାଳ ଇୟରଫୋନ ଜବତ କରାଯାଇ ଏସବୁକୁ ପୋଡିଦିଆଯାଇଛି |

Photo-Drivespark

ଇୟରଫୋନ ଲଗାଇବା ଦ୍ୱାରା କିଭଳି ଦୁର୍ଘଟଣା ହୋଇଥାଏ ସେ ନେଇ ବୁଝାଯିବା ପରେ ଏସବୁକୁ ଟ୍ରାଫିକ ପୁଲିସ ଜବତ କରିଥିଲା | ଗାଡ଼ି ଚଳାଇବା ସମୟରେ ଯେଉଁମାନେ ଇୟରଫୋନ ବ୍ୟବହାର କରୁଥିଲେ ସେମାନଙ୍କୁ ଟ୍ରାଫିକ ପୁଲିସ ପକ୍ଷରୁ ଏଭଳି ନ କରିବା ପାଇଁ ଚେତାବନୀ ପାଇଁ ଦିଆଯାଇଥିଲା |

ସମ୍ବନ୍ଧିତ ଖବର