ମୁମ୍ବାଇ: ରବିବାର ଦିନ ଏକ ମର୍ମନ୍ତୁଦ କାର୍ ଦୁର୍ଘଟଣାରେ ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କର ପରଲୋକ ହୋଇଛି। ଅହମ୍ମଦାବାଦରୁ ମୁମ୍ବାଇ ଫେରୁଥିବା ବେଳେ ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ତାଙ୍କର ମର୍ସିଡିସ୍ କାର୍ ଡିଭାଇଡର୍ରେ ପିଟି ହୋଇଥିଲା। ଘଟଣାସ୍ଥଳରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ସାଇରସଙ୍କୁ ୫୪ ବର୍ଷ ହୋଇଥିଲା। ତେବେ ବାସ୍ତବରେ ଦୁର୍ଘଟଣା ସମୟରେ କାରର ବେଗ କେତେ ଥିଲା? ଦୁର୍ଘଟଣା ପାଇଁ ଦାୟୀ କିଏ ? କାରରେ କିଛି ତ୍ରୁଟି ଥିଲା କି? କିଛି ଏସବୁ ବାବଦରେ ଜାଣିବା ପାଇଁ ଏବେ କାରର ଡାଟା ଚିପ ହିଁ ମୁଖ୍ୟ ଭୂମିକା ଗ୍ରହଣ କରିବ | ପାଲଘର ଦୁର୍ଘଟଣାରେ ପ୍ରାଣ ହରାଇଥିବା ସାଇରସ୍ ମିସ୍ତ୍ରୀଙ୍କ ମୃତ୍ୟୁ ରହସ୍ୟ ତାଙ୍କ କାରର ଡାଟା ଚିପରୁ ଜଣାପଡିବ।
ପୁଲିସ ଏହି ମର୍ସିଡିଜ୍-ବେଞ୍ଜ୍ ଏସୟୁଭି କାରର ଡାଟା ଚିପ୍ ବିଶ୍ଳେଷଣ ପାଇଁ ଜର୍ମାନୀକୁ ପଠାଇଛି। ସୂଚନାଯୋଗ୍ୟ ଯେ ପାଲଘରରେ ହୋଇଥିବା ଏହି ଦୁର୍ଘଟଣାରେ ସାଇରସ୍ ମିସ୍ତ୍ରୀ ଏବଂ ଜାହଙ୍ଗୀର ପଣ୍ଡୋଲଙ୍କ ମୃତ୍ୟୁ ଘଟିଛି। ଏଥି ସହିତ ଡାକ୍ତର ଅନାହିତା ପାଣ୍ଡୋଲ ଏବଂ ଡାରିୟସ ପାଣ୍ଡୋଲଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପାଲଘର ପୁଲିସର ସୂଚନାନୁସାରେ ସୋମବାର କାର ନିର୍ମାତା ମର୍ସିଡିଜ ବେଞ୍ଚର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ ।
ଅଧିକାରୀମାନେ ଏଠାରେ ନଷ୍ଟ ହୋଇଥିବା କାରରୁ ଇଲେକ୍ଟ୍ରୋନିକ୍ ଚିପ୍ କାଢିଥିଲେ । ପାଲଘର ଏସପି ବାଲାସାହେବ ପାଟିଲ କହିଛନ୍ତି ଯେ ଏହି ଚିପ ଗାଡିର ସମ୍ପୂର୍ଣ୍ଣ ତଥ୍ୟ ରେକର୍ଡ କରିଥାଏ। ବର୍ତ୍ତମାନ ଏହି ଚିପ୍ ବିଶ୍ଳେଷଣ ପାଇଁ ଜର୍ମାନୀକୁ ପଠାଯାଇଛି | ସେ କହିଛନ୍ତି ଯେ ଆମେ ଆଶା କରୁଛୁ ଯେ ଏହି ସମ୍ପର୍କିତ ରିପୋର୍ଟ ଏହି ସପ୍ତାହ ଶେଷ ସୁଦ୍ଧା ଆସିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/aaasss.jpg)