ଫତେହପୁର: ଲୋକଙ୍କ ସୁରକ୍ଷା ପାଇଁ ପୁଲିସ ସବୁବେଳେ ନିଷ୍ଠାର ସହ ଦାୟିତ୍ୱ ସଂପାଦନ କରିଥିବାର କଥା ଆପଣ ଜାଣିଥିବେ | କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଜଣେ ପୁଲିସ କର୍ମୀଙ୍କ ବାବଦରେ କହିବୁ ଯିଏକି ଜଣେ ମାଙ୍କଡର ଜୀବନ ବଞ୍ଚାଇଦେଇଛନ୍ତି | ଉତ୍ତରପ୍ରଦେଶ ଫତେହପୁର ପୁଲିସ ବିଭାଗରେ କାମ କରୁଥିବା ଜଣେ ପୁଲିସ କର୍ମୀ ଏବେ ମାନବିକତାର ଏମିତି ଏକ ଉଦାହରଣ ଦେଇ ଲୋକଙ୍କ ହୃଦୟ ଜିତିଯାଇଛନ୍ତି | ବାସ୍ତବରେ, ଉତ୍ତରପ୍ରଦେଶର ଫତେହପୁରରେ ଜଣେ ପୁଲିସ୍ ମାଙ୍କଡ଼ର ଗର୍ଭରେ ଫସି ରହିଥିବା ମୃତ ଛୁଆକୁ ବାହାର କରି ମାଙ୍କଡ଼ର ଜୀବନ ରକ୍ଷା କରିଥିଲେ।
ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି | ମାଙ୍କଡ଼ର ମୃତ ଛୁଆକୁ ଗର୍ଭରୁ ବାହାର କରି ମାଙ୍କଡର ଜୀବନ ରକ୍ଷା କରିଥିବା ପୁଲିସ କର୍ମୀଙ୍କ ନାମ ହେଉଛି ବିନୋଦ କୁମାର, ଯିଏ ଫତେହପୁରର ଖାଗା ପୁଲିସ ଷ୍ଟେସନରେ କନଷ୍ଟେବଳ ଭାବରେ ଚାକିରି କରନ୍ତି ।
#UP112 में #PRV-3521 थाना खागा पर तैनात आरक्षी विनोद कुमार द्वारा बंदरिया के गर्भ में फंसे मृत बच्चे को बाहर निकालकर बंदरिया की जान बचाई गयी। @Uppolice @ADGZonPrayagraj @igrangealld pic.twitter.com/2mMnZxOIDi
— FATEHPUR POLICE (@fatehpurpolice) April 16, 2022
ଭିଡିଓରେ ଦେଖିବାକୁ ମିଳିଛି ଯେ ମାଙ୍କଡ଼ର ଗର୍ଭରେ ମୃତ ଛୁଆ ଫସି ରହିଥିବାବେଳେ ମାଙ୍କଡଟି ଡ୍ରେନ୍ରେ ପଡି ଯନ୍ତ୍ରଣା ଭୋଗୁଥିଲା | ଏବାବଦରେ ଜାଣିବା ପରେ ବିନୋଦ କୁମାର ମାଙ୍କଡ଼ଟିକୁ ନାଳରୁ ବାହାର କରି ଆଣିଥିଲେ | ଏହା ପରେ ନିଜେ ମାଙ୍କଡର ଗର୍ଭରୁ ମୃତ ଛୁଆକୁ କାଢିଥିଲେ | ମୃତ ଛୁଆକୁ କାଢ଼ିବା ପରେ ମାଙ୍କଡଟିକୁ ଆଶ୍ବସ୍ତି ମିଳିଥିଲା | ଏବେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି | ଆଉ ଲୋକମାନେ ବିନୋଦ କୁମାରଙ୍କର ଭୁରି ଭୁରି ପ୍ରଶଂସା କରୁଛନ୍ତି |