ଦୁଷ୍କର୍ମ ପୀଡ଼ିତାଙ୍କ ତୁରନ୍ତ ଡ଼ାକ୍ତରୀ ପରୀକ୍ଷା ପାଇଁ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ଯୋଗାଇବ ‘ଆଡ୍‍ଭାନ୍ସ ରେପ୍‌ ଇନ୍‌ଭେଷ୍ଟିଗେସନ୍‌ କିଟ୍‌’

ନୂଆଦିଲ୍ଲୀ : ଏବେ ଦୁଷ୍କର୍ମର ଶିକାର ହୋଇଥିବା ପୀଡ଼ିତାମାନଙ୍କୁ ଡ଼ାକ୍ତରୀ ପରୀକ୍ଷା ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଏବେ ଅଭିଯୋଗ ନେଇ ଥାନାକୁ ଆସିଥିବା ପୀଡ଼ିତାଙ୍କୁ ଦୁଷ୍କର୍ମ କରାଯାଇଛିି କି ନାହିଁ ତାହା ଜାଣିବା ପାଇଁ ପୀଡ଼ିତାଙ୍କୁ ଡ଼ାକ୍ତରଖାନା ନେଇ ଡାକ୍ତରୀ ପରୀକ୍ଷା କରିବାକୁ ପଡ଼ିବ ନାହିଁ। ପୁଲିସ ଷ୍ଟେସନରେ ହିଁ ପୀଡ଼ିତାଙ୍କର ପରୀକ୍ଷା କରାଯାଇ ପାରିବ ।

Indiatimes.com

ଦୁଷ୍କର୍ମ ପୀଡ଼ିତାଙ୍କ ସୁବିଧା ପାଇଁ ଏବେ କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରାଳୟ ଏକ ‘ଆଡ଼୍‍ଭାନ୍ସ ରେପ୍‌ ଇନ୍‌ଭେଷ୍ଟିଗେସନ କିଟ୍‌’ ବାହାର କରିଥିବା ଜଣା ପଡ଼ିଛି । ଏହାକୁ ଉଭୟ ପୁଲିସ ଷ୍ଟେସନ ଏବଂ ଡ଼ାକ୍ତରଖାନାରେ ଉପଲବ୍ଧ କରାଯିବ ବୋଲି କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରାଳୟ ତରଫରୁ କୁହାଯାଇଛି । ଯୌନ ଅସଦାଚରଣ ଏବଂ ଦୁଷ୍କର୍ମର ଶିକାର ହେଲେ ମହିଳାମାନେ ତୁରନ୍ତ ଏହି କିଟ୍‌ ମାଧ୍ୟମରେ ନିଜ ଡ଼ାକ୍ତରୀ ପରୀକ୍ଷା କରାଇ ପାରିବେ ବୋଲି କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ମେନକା ଗାନ୍ଧି କହିଛନ୍ତି । ରାଜ୍ୟ ସରକାରମାନଙ୍କୁ ଏହା ପ୍ରଦାନ କରାଯାଇଥିବା ବେଳେ ଏହାକୁ ତିଆରି କରିବା ପାଇଁ ନିର୍ଭୟା ଫଣ୍ଡ ତରଫରୁ ଅର୍ଥ ଯୋଗାଇ ଦିଆ ଯାଇଥିବା ଜଣା ପଡ଼ିଛି । ଭାରତରେ ମହିଳାମାଙ୍କ ସୁରକ୍ଷା ପାଇଁ ସରକାର କରୁଥିବା ଉଦ୍ୟମକୁ ସମର୍ଥନ ଜଣାଇ ନିର୍ଭୟା ଫଣ୍ଡ ତରଫରୁ ଏହି କିଟ୍‌ ତିଆରି କରିବା ପାଇଁ ଆର୍ଥିକ ସହାୟତା ଦିଆ ଯାଉଛି । ଦୁଷ୍କର୍ମ ମାମଲାର ତୁରନ୍ତ ତଦନ୍ତ କରିବା ପାଇଁ ଏହି କିଟ୍‌କୁ ଦେଶର ସବୁ ଡ଼ାକ୍ତରଖାନାନରେ ଉପଲବ୍ଧ କରାଯିବ ବୋଲି ମଧ୍ୟ ମେନକା ଗାନ୍ଧି କହିଛନ୍ତି ।

ସମ୍ବନ୍ଧିତ ଖବର