ନୂଆଦିଲ୍ଲୀ: ବିହାରରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ଏବଂ ୨୦୨୪ ଲୋକସଭା ନିର୍ବାଚନ ସମୟରେ ଭୋଟ ଚୋରି ଅଭିଯୋଗ ହୋଇଛି। ଏହି ଅଭିଯୋଗକୁ କେନ୍ଦ୍ର କରି ନିର୍ବାଚନ ଆୟୋଗଙ୍କ ବିରୋଧରେ ପ୍ରତିବାଦକୁ ଓହ୍ଲାଇଛନ୍ତି ୩୦୦ରୁ ଅଧିକ ସାଂସଦ।
ସୋମବାର ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ସଂସଦରୁ ନିର୍ବାଚନ ଆୟୋଗଙ୍କ ନିକଟକୁ ଯିବା ପାଇଁ ଏକ ପ୍ରତିବାଦ ପଦଯାତ୍ରାର ଆରମ୍ଭ ହୋଇଥିଲା। ଏହି ସମୟରେ ପୁଲିସ ବିରୋଧୀ ନେତାମାନଙ୍କୁ ନିର୍ବାଚନ ଆୟୋଗଙ୍କ ନିକଟକୁ ଯିବାକୁ ଦେଇ ନଥିଲା। ଫଳରେ ବିରୋଧୀ ସାଂସଦମାନେ ସଂସଦ ଭବନର ମକର ଦ୍ବାର ଦେଇ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟକୁ ଯିବାକୁ ଉଦ୍ୟମ ଜାରି ରଖିଛନ୍ତି।
କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ବିରୋଧୀ ଦଳର ୩୦୦ରୁ ଅଧିକ ସାଂସଦ ଏହି ପ୍ରତିବାଦ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି। ରାହୁଲ ଗାନ୍ଧୀ ସଂସଦରୁ ନିର୍ବାଚନ ଆୟୋଗଙ୍କ ନିକଟକୁ ଯିବା ପାଇଁ ଆଗକୁ ବଢ଼ୁଥିବା ବେଳେ ଅଧାରାସ୍ତାରେ ପୁଲିସ ତାଙ୍କୁ ଅଟକାଇ ଦେଇଥିଲା। ଫଳରେ ଅନ୍ୟ ସାଂସଦମାନେ ଏହି ଘଟଣାରେ କ୍ଷୁବ୍ସ ହୋଇ ରାସ୍ତା ଉପରେ ବସି ଆଗକୁ ଯିବାକୁ ଅନୁମତି ଦେବା ପାଇଁ ପୁଲିସ ନିକଟରେ ଦାବି କରିଥିଲେ। ଏଥିସହିତ ସ୍ଲୋଗାନ ଦେଇ ସରକାରଙ୍କୁ କଟାକ୍ଷ କରିବା ଆରମ୍ଭ କରିଥିଲେ।
आज जब हम चुनाव आयोग से मिलने जा रहे थे, INDIA गठबंधन के सभी सांसदों को रोका गया और हिरासत में ले लिया गया।
— Rahul Gandhi (@RahulGandhi) August 11, 2025
वोट चोरी की सच्चाई अब देश के सामने है।
यह लड़ाई राजनीतिक नहीं - यह लोकतंत्र, संविधान और ‘एक व्यक्ति, एक वोट’ के अधिकार की रक्षा की लड़ाई है।
एकजुट विपक्ष और देश का हर… pic.twitter.com/SutmUirCP8
ଏ ହଙ୍ଗମାକୁ ଦେଖି ପୁଲିସ ସଙ୍ଗେସଙ୍ଗେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସଞ୍ଜୟ ରାଉତ ଓ ସାଗରିକା ଘୋଷଙ୍କୁ ଘଟଣାସ୍ଥଳରୁ ଉଠାଇ ହେପାଜତକୁ ନେଇଯାଇଛି। ଏହି ପ୍ରତିବାଦ ଶୋଭାଯାତ୍ରା ସମୟରେ ଟିଏମସି ସାଂସଦ ମହୁଆ ମୋଇତ୍ର ଓ ପଶ୍ଚିମବଙ୍ଗର ଆରାମବାଗର ସାଂସଦ ମିତାଲି ବାଗ ଅଚେତ ହୋଇପଡ଼ିଥିବା ଜଣାପଡ଼ିଛି।
ଦୁଇ ସାଂସଦଙ୍କୁ ଅଚେତ ହେବା ଦେଖି ସାଥୀ ସାଂସଦମାନେ ପାଣି ଛିଟିକା ମାରିଥିଲେ। କିଛି ସମୟ ପରେ ମହୁଆ ମୋଇତ୍ର ଓ ମିତାଲି ବାଗଙ୍କ ଚେତା ଫେରିବା ପରେ ଦୁହିଁଙ୍କୁ ପାଣି ପିଇବାକୁ ଦିଆଯାଇ ବିଶ୍ରାମ ଦିଆଯାଇଛି।