ପୁଲିସର ଅମାନୁଷିକ ବ୍ୟବହାରର ପ୍ରମାଣ ଦେଲେ କ୍ୟାବ୍‌ ଚାଳକଙ୍କ ସ୍ତ୍ରୀ, ମିଛ ମାମଲାରେ ଫସାଇ ନିସ୍ତୁକ ମାଡ ମାରିବା ନେଇ ଆଣିଲେ ଅଭିଯୋଗ

ଥାନେ: ମହାରାଷ୍ଟ୍ରର ଥାନେରେ ପୁଲିସ କର୍ମଚାରୀଙ୍କର ଅମାନୁଷିକ ବ୍ୟବହାରର ମାମଲା ସାମ୍ନାକୁ ଆସିଛି । ଜଣେ କ୍ୟାବ୍‌ ଚାଳକଙ୍କ ସ୍ତ୍ରୀ ସୋସିଆଲ ମିଡ଼ିଆରେ ଭିଡ଼ିଓ ପୋଷ୍ଟ କରି ତାଙ୍କ ସ୍ୱାମୀଙ୍କ ସହ ପୁଲିସ କର୍ମଚାରୀ କିଭଳି ବ୍ୟବହାର କରିଥିଲେ ତାହା କହିଛନ୍ତି । ମିଛ ମାମଲାରେ ଫସାଇ ଥାନେ ପୁଲିସ ତାଙ୍କ ସ୍ୱାମୀଙ୍କୁ ଗିରଫ କରି ଜେଲ୍‌ ପଠାଇବା ସହ ଜେଲ୍‌ ମଧ୍ୟରେ ନିସ୍ତୁକ ମାଡ଼ ମାରୁଥିବା ଅଭିଯୋଗ କରିଛନ୍ତି କ୍ୟାବ୍‌ ଚାଳକଙ୍କ ସ୍ତ୍ରୀ ।

bhaskar.com

ଏହି ଭିଡିଓ ଭାଇରାଲ ହେବା ପରେ ଥାନେ ପୁଲିସର ବରିଷ୍ଠ ଅଧିକାରୀ ମହିଳାଙ୍କୁ ପୁଲିସ ଷ୍ଟେସନ ଡ଼କାଇ ପଚରାଉଚରା କରିବା ସହ ପ୍ରକୃତ ସତ ଜାଣିବା ପାଇଁ ତଦନ୍ତ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି । ସୂଚନା ମୁତାବକ,ଏହି ଘଟଣାଟି ଅଗଷ୍ଟ ୩୦ରେ ଘଟିଥିବା ବେଳେ ମହିଳାଜଣକ ଡ଼ାକ୍ତରଖାନାରେ ଭର୍ତ୍ତିଥିଲେ । ତାଙ୍କ ସ୍ୱାମୀ ନିଜ କ୍ୟାବ୍‌ରେ ଯାତ୍ରୀମାନଙ୍କୁ ନେଇ ଯାଉଥିବା ବେଳେ ସିଗ୍‌ନାଲ ଭାଙ୍ଗିଥିବା ଅଭିଯୋଗରେ ଟ୍ରାଫିକ୍‌ ପୁଲିସ ତାଙ୍କୁ ଅଟକାଇ ଟଙ୍କା ମାଗିଥିଲେ । କିନ୍ତୁ କ୍ୟାବ୍‌ ଚାଳକ ସିଗ୍‌ନାଲ ଭାଙ୍ଗିନାହିଁ ବୋଲି କହି ଜରିମାନା ଦେବାକୁ ମନା କରିଦେଇଥିଲେ ଏହା ପରେ ପୁଲିସ ଏବଂ ଚାଳକଙ୍କ ମଧ୍ୟରେ କଥା କଟା କଟି ହେବାରୁ ପୁଲିସ କର୍ମଚାରୀ ଚାଳକଙ୍କୁ ମାଡ଼ ମାରିଥିଲେ । ଏହି ସବୁ ଘଟଣା ଚାଳକ ନିଜ ଫୋନରେ ରେକର୍ଡ଼ କରିଥିବା ବେଳେ ପରେ ତାଙ୍କ ସ୍ତ୍ରୀ ଏହାକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର