ରାସ୍ତାକଡ଼ରେ ଛିଡ଼ା ହୋଇ ନିଜର ଦୁଇ ପିଲାଙ୍କୁ ୫୦ହଜାର ଟଙ୍କାରେ ବିକ୍ରି କରିବାକୁ ଚେଷ୍ଟା କରୁଛନ୍ତି କନଷ୍ଟେବଳ ବାପା

ନୂଆଦିଲ୍ଲୀ: ଟ୍ୱିଟରରେ ଏକ ହୃଦୟ ବିଦାରକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ କନଷ୍ଟେବଳ ବାପା ନିଜ ଦୁଇ ପୁଅଙ୍କୁ ୫୦,୦୦୦ ଟଙ୍କାରେ ବିକ୍ରି କରିବାକୁ ଚେଷ୍ଟା କରୁଛନ୍ତି। ଏହି ଘଟଣା ପାକିସ୍ତାନର ସିନ୍ଧ ପ୍ରଦେଶର ଘୋଟକି ଜିଲ୍ଲାର ବୋଲି ଜଣାପଡ଼ିଛି। ଭିଡିଓରେ ଜେଲ ବିଭାଗର ଜଣେ ପୁଲିସ କର୍ମଚାରୀ ନିସାର ଲଶାରି ରାସ୍ତା ମଝିରେ ଛିଡ଼ା ହୋଇଛନ୍ତି। ଆଉ ପାଟି କରି ଦୁଇପିଲାଙ୍କୁ ତାଙ୍କ ଠାରୁ କିଣି ନେବାକୁ ଲୋକଙ୍କୁ ଅନୁରୋଧ କରୁଛନ୍ତି। ଆଉ ସେ ତାଙ୍କ ପିଲା ଦ୍ବହକୁ ୫୦,୦୦୦ଟଙ୍କାର ବିକ୍ରି କରି ଦେବେ ବୋଲି ରାସ୍ତାରେ ଛିଡ଼ା ହୋଇ ଡାକ ପକାଉଥିବା ଶୁଣିବାକୁ ମିଳୁଛି।

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ପୁଅର ଚିକିତ୍ସା ପାଇଁ ଲଶାରିଙ୍କୁ ଛୁଟି ଦରକାର ଥିଲା। ତେବେ ତାଙ୍କ ମାଲିକ ତାଙ୍କୁ ଛୁଟି ଦେବା ବଦଳରେ ଲାଞ୍ଚ ମାଗିଥିଲେ। ଯେତେବେଳେ ସେ ମାଲିକଙ୍କୁ ଲାଞ୍ଚ ଦେଇ ପାରି ନଥିଲେ, ସେତେବେଳେ ତାଙ୍କର ଛୁଟି ବାତିଲ ହୋଇଯାଇଥିଲା । ଆଉ ତାଙ୍କର ସହରଠାରୁ ୧୨୦ କିଲୋମିଟର ଦୂରରେ ଥିବା ଲର୍କାନାକୁ ବଦଳି ‌ହୋଇଯାଇଥିଲା।

ଲଶାରି କହିଛନ୍ତି, ‘ମୁଁ ଏତେ ଗରିବ ଯେ ଜେଲର ମହାନୀରିକ୍ଷକ ନିକଟରେ ଅଭିଯୋଗ କରିବାକୁ  କରାଚି ଯାଇପାରିବି ନାହିଁ। ସେଠାକାର ଲୋକମାନେ ଏତେ ଶକ୍ତିଶାଳୀ ଯେ ସେମାନଙ୍କ ବିରୋଧରେ ‌‌କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ ନାହିଁ । ମୋ ପିଲାର ଅପରେସନ୍ ପାଇଁ ମୋତେ ଲାଞ୍ଚ ଦେବାକୁ ପଡିବ କି? ମୁଁ ଲର୍କାନାରେ କାମ କରିବା ଉଚିତ କି ମୋର ପିଲାଙ୍କୁ ଚିକିତ୍ସା ପାଇଁ ନେବା ଉଚିତ?

ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ କହିଛନ୍ତି, ‘ଅସହାୟ ଅବସ୍ଥାରେ  ବ୍ୟକ୍ତି ଜଣକ ଯାହା କରୁଛନ୍ତି ତାହା ମାନସିକ ସ୍ତରରେ ପିଲାମାନଙ୍କ ଉପରେ ଖରାପ ପ୍ରଭାବ ପକାଇପାରେ | ଏହା ଆଦ ଆଦୌ ଭଲ ନୁହେଁ |’

ସମ୍ବନ୍ଧିତ ଖବର