ନୂଆଦିଲ୍ଲୀ: ମ୍ୟାଲେରିଆ ଔଷଧ ହାଇଡ୍ରୋକ୍ସି କ୍ଲୋରୋକ୍ବିନ୍କୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ବିବାଦ ତୀବ୍ର ହୋଇଛି। ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍ ରପ୍ତାନି ଉପରେ ଭାରତ ଲଗାଇଥିବା କଟକଣାକୁ ପ୍ରତ୍ୟାହାର କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଧମକ ଦେବାପରେ ସରକାର ରପ୍ତାନି କଟକଣାକୁ ଆଂଶିକ ଭାବେ କୋହଳ କରିଛନ୍ତି। ଏହାକୁ ନେଇ ସରକାରଙ୍କୁ ବିରୋଧୀ ଦଳମାନେ ଘେରିଛନ୍ତି। ତେବେ ସରକାର ସ୍ପଷ୍ଟ କରିଛନ୍ତି ଭାରତ ନିଜର ଆବଶ୍ୟକତା ମେଣ୍ଟାଇବା ପାଇଁ ପର୍ଯ୍ୟାପ୍ତ ପରିମାଣର ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍ ମହଜୁଦ ରଖିବା ପରେ ହିଁ ରପ୍ତାନି କଟକଣା ଆଂଶିକ କୋହଳ କରାଯାଇଛି। ଯେଉଁ ଦେଶମାନଙ୍କ ପାଇଁ ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍ ଅତି ଜରୁରୀ ସେଭଳି ରାଷ୍ଟ୍ରକୁ ଏହା ଦେବାରେ କିଛି ପ୍ରତିବନ୍ଧକ ରହିବ ନାହିଁ ସରକାର ସ୍ପଷ୍ଟ କରିଛନ୍ତି। କଂଗ୍ରେସର ପୂର୍ବ ସଭାପତି ରାହୁଲ ଗାନ୍ଧୀ କହିଛନ୍ତି ଯେ ଭାରତୀୟ ନାଗରିକଙ୍କ ପାଇଁ ଉଚିତ ପରିମାଣରେ ଔଷଧ ମହଜୁଦ୍ ରଖି ଅନ୍ୟ ଦେଶମାନଙ୍କୁ ଏହା ଦିଆଯିବା ଉଚିତ। ମିତ୍ରଙ୍କ ମଧ୍ୟରେ ପ୍ରତିଶୋଧ ଭାବନା ରହେନାହିଁ ବୋଲି ସେ ଟ୍ବିଟ୍ କରିଛନ୍ତି। ବିଦେଶ ମନ୍ତ୍ରାଳୟ ପୂର୍ବରୁ ଏ ବାବଦରେ ସ୍ଥିତି ସ୍ପଷ୍ଟ କରି କହିଥିଲେ ଯେ ସବୁଠାରୁ ଅଧିକ ପ୍ରଭାବିତ ରାଷ୍ଟ୍ରଙ୍କୁ ଏହି ଔଷଧ ଭାରତ ଦେବ ଏବଂ ପ୍ରାୟ ୨୦ଟି ରାଷ୍ଟ୍ର ପାଇଁ ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍ର ଆବଶ୍ୟକତା ରହିଛି। ଆଜି ସକାଳେ ଟ୍ରମ୍ପ୍ କହିଥିଲେ ଯେ ଭାରତ ମ୍ୟାଲେରିଆ ଔଷଧ ଆମକୁ ନଦେଲେ ଆମର ଜବାବୀ କାର୍ଯ୍ୟାନୁଷ୍ଠାନକୁ ଭାରତକୁ ସହିବାକୁ ପଡ଼ିବ।
ମ୍ୟାଲେରିଆ ଔଷଧକୁ ନେଇ ରାଜନୀତି ସରଗରମ, ରପ୍ତାନି କଟକଣା ଉଠାଇବା ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ
/sambad/media/post_attachments/wp-content/uploads/2020/02/medicines.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)