ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ଜାରି, ରାଷ୍ଟ୍ରପତି ଶାସନ ଆଶଙ୍କା

ମୁମ୍ବାଇ : ମହାରାଷ୍ଟ୍ର ଦିନକୁ ଦିନ ରାଜନୈତିକ ଅସ୍ଥିରତା ଆଡକୁ ଗତି କରୁଛି । କଂଗ୍ରେସ ଓ ଏନସିପି ସମର୍ଥନରେ ସରକାର ଗଠନ ଲାଗି ଶିବସେନା ଉଦ୍ୟମ କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ କଂଗ୍ରେସର ସ୍ଥିତି ସ୍ପଷ୍ଟ ହୋଇନଥିବାରୁ ସରକାର ଗଠନ ହୋଇପାରିନାହିଁ । ଏହା ଫଳରେ ରାଜ୍ୟ ରାଷ୍ଟ୍ରପତି ଶାସନ ଆଡକୁ ଯାଉଥିବା ସ୍ପଷ୍ଟ ହେବାରେ ଲାଗିଛି ।

ଆଜି ସଂଧ୍ୟାରେ ଶିବସେନା ନେତା ଆଦିତ୍ୟ ଠାକରେଙ୍କ ସମେତ ଶିବସେନାର କେତେକ ନେତା ରାଜ୍ୟପାଳ ଭଗତ ସିଂ କୋସ୍ୟାରୀଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଥିଲେ । କିନ୍ତୁ ରାଜ୍ୟପାଳଙ୍କ ଦ୍ୱାରା ଧାର୍ଯ୍ୟ ୭.୩୦ ସମୟ ସୀମା ମଧ୍ୟରେ ଆବଶ୍ୟକ ସଂଖ୍ୟା ଯୋଗାଡ କରିପାରିନାହିଁ ଶିବସେନା । ଶିବସେନା ରାଜ୍ୟପାଳଙ୍କୁ ଆଉ ୨ ଦିନ ସମୟ ମାଗିଥିଲେ ମଧ୍ୟ ରାଜ୍ୟପାଳ ତାହା ପ୍ରଦାନ କରିନାହାନ୍ତି । ରାଜ୍ୟପାଳ ସରକାର ଗଠନ ଦାବିକୁ ଅସ୍ୱୀକାର କରିନଥିଲେ ମଧ୍ୟ ଅଧିକ ସମୟ ଦେଇନାହାନ୍ତି ବୋଲି ଆଦିତ୍ୟ ଠାକରେ ସାମ୍ବାଦିକମାନଙ୍କୁ କହିଛନ୍ତି ।

ସମ୍ବନ୍ଧିତ ଖବର