ଥାନା ବାହାରେ କଂଗ୍ରେସ ପ୍ରାର୍ଥୀଙ୍କ ଆତ୍ମହତ୍ୟା ଉଦ୍ୟମ

ହାଇଦ୍ରାବାଦ: ତେଲେଙ୍ଗନାର କାମଚଳା ମୁଖ୍ୟମନ୍ତ୍ରୀ ତଥା ଟି ଆର ଏସ୍‌ ନେତା କେ. ଚନ୍ଦ୍ରଶେଖର ରାଓଙ୍କ ବିରୋଧରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ବଣ୍ଟେରୁ ପ୍ରତାପ ରେଡି ଏକ ଅଜବ କାଣ୍ଡ ଘଟାଇଛନ୍ତି। ସେ ଆତ୍ମହତ୍ୟା ଲାଗି ଉଦ୍ୟମ କରି ଥିବା ଜଣାଯାଇଛି।
ପ୍ରତାପ ରେଡି ଚଳିତ ବିଧାନସଭା ନିର୍ବାଚନରେ ଗଜେଓ୍ଵଲ୍‌ ନିର୍ବାଚନ ମଣ୍ଡଳୀରୁ କଂଗ୍ରେସର ପ୍ରାର୍ଥୀ ହୋଇଛି। ଗତକାଲି ରାତିରେ ସେ ପୁଲିସ ଥାନା ବାହାରେ ନିଜ ଦେହରେ ପେଟ୍ରୋଲ ଢ଼ାଳି ଆତ୍ମଦାହ କରିବାର ଉଦ୍ୟମ କରିଥିଲେ,ପ୍ରତାପଙ୍କ ଘରେ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ସେ ଅନୈତିକଭାବେ ମଦ ଓ ଟଙ୍କା ବାଣ୍ଟୁଥିବାର ଅଭିଯୋଗ ଆସିବାପରେ ପୁଲିସ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।

ଏହାର ପ୍ରତିବାଦରେ ପ୍ରତାପ ରେଡି ଥାନା ସାମ୍ନାରେ ଧାରଣା ଦେଇଥିଲେ। ସେ ଆତ୍ମହତ୍ୟାର ନାଟକ ଭିଆଇଥିଲେ ବୋଲି କୁହାଯାଉଛି। ତେବେ ପ୍ରତାପଙ୍କୁ ଏଥିରୁ ନିବୃତ୍ତ କରାଯାଇଥିବା ଡି ସିି ପି.ଭି ପଦ୍ମଜା କହିଛନ୍ତି।

ସମ୍ବନ୍ଧିତ ଖବର