ରାଜନୈତିକ ଦଳକୁୁ ନଗଦ ୨ହଜାରରୁ ଅଧିକ ଚାନ୍ଦା ମନା

ନୂଆଦିଲ୍ଲୀ : ଦେଶର କୌଣସି ରାଜନୈତିକ ଦଳକୁ ୨ହଜାର ଟଙ୍କାରୁ ଅଧିକ ଅର୍ଥ ନଗଦ ଆକାରରେ ଚାନ୍ଦା ନଦେବାକୁ ଆୟକର ବିଭାଗ ପକ୍ଷରୁ ସାର୍ବଜନୀନ ବିଜ୍ଞପ୍ତି ଜାରି କରାଯାଇଛି। ମଙ୍ଗଳବାର କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ଏବଂ ଆୟକର ବିଭାଗ ପକ୍ଷରୁ ଜାରି କରାଯାଇଥିବା ଏହି ବିଜ୍ଞପ୍ତିରେ କୌଣସି ପଞ୍ଜୀକୃତ ରାଜନୈତିକ ଦଳ କିମ୍ବା ଟ୍ରଷ୍ଟକୁ ୨୦୦୦ଟଙ୍କାରୁ ଅଧିକ ଅର୍ଥ ନଗଦ ଆକାରରେ ଚାନ୍ଦା ନଦେବାକୁ ପରାମର୍ଶ ଦିଆଯାଇଛି ।
ଏଥି ସହିତ କୌଣସି ବ୍ୟକ୍ତି ଅନ୍ୟଠାରୁ ନିର୍ଦ୍ଗଦିଷ୍ଟ ଗୋଟିଏ କାରଣ ପାଇଁ ଥରେ କିମ୍ବା ଏକାଧିକ ନେଣଦେଣରେ ୨ଲକ୍ଷରୁ ଅଧିକ ନଗଦ ଅର୍ଥ ଗ୍ରହଣ ନକରିବାକୁ ପରାମର୍ଶ ଦିଆଯାିଛି। ସେହିଭଳି ସ୍ଥାବର ସମ୍ପତ୍ତିର କିଣାବିକା କ୍ଷେତ୍ରରେ ୨୦ହଜାରରୁ ଅଧିକ ନଗଦ ଅର୍ଥ କାରବାରକୁ ମଧ୍ୟ ମନାକରାଯାଇଛି। ବ୍ୟବସାୟ ଓ ବୃତ୍ତିରେ ୧୦ହଜାରରୁ ଅଧିକ ଅର୍ଥ ନଗଦ ଆକାରରେ ପ୍ରଦାନ କିମ୍ବା ଗ୍ରହଣ କରିବାକୁ ମଧ୍ୟ ଏହି ବିଜ୍ଞପ୍ତିରେ ବାରଣ କରାଯାଇଛି। ଆୟକର ଓ ସିବିଡିଟି ପକ୍ଷରୁ ଏଭଳି ବିଜ୍ଞପ୍ତି ପରେ ନିର୍ବାଚନୀ ବଣ୍ଡର ପ୍ରୟୋଗ ଏବଂ ନିର୍ବାଚନରେ କଳାଟଙ୍କାର ବ୍ୟବହାରକୁ ରୋକିବା ପାଇଁ ଆସନ୍ତା ବଜେଟ୍‌ରେ ସରକାର କିଛି ନୂତନ ପଦକ୍ଷେପ ସହ ଆୟକର ଆଇନରେ ପରିବର୍ତନ କରିବା ସମ୍ଭାବନା ସ୍ପଷ୍ଟ ହୋଇଛି।

ସମ୍ବନ୍ଧିତ ଖବର