‘ଲିଟି ଚୋଖା’କୁ ନେଇ ରାଜନୀତି

ପାଟନା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ହୁନର ହାଟରେ ‘ଲିଟି ଚୋଖା’ ଖାଇବା ପରେ ଏହାକୁ ନେଇ ବିହାରରେ ରାଜନୀତି ସରଗରମ ରହିଛି। ବିଭିନ୍ନ ବିରୋଧୀ ଦଳ ନେତାମାନେ ମୋଦୀ ଲିଟି ଚୋଖା ଖାଇବା ପ୍ରସଙ୍ଗରେ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି। ବିହାର ଉପମୁଖ୍ୟମନ୍ତ୍ରୀ ଏବଂ ବିଜେପି ନେତା ସୁଶୀଲ କୁମାର ମୋଦୀ ଏକ ଟ୍ବିଟ୍‌ କରି ମୋଦୀଙ୍କୁ ପ୍ରଶଂସା କରିଥିଲେ। ସୁଶୀଲ କହିଛନ୍ତି, ଯେତେବେଳେ ରାଜ୍ୟ ସରକାରୀ ଅଧିକାରୀମାନେ ବିହାରୀ ଖାଦ୍ୟକୁ ପ୍ରତି ନାଗରିକଙ୍କ ଥାଳିରେ ରଖିବା ସ୍ବପ୍ନକୁ ସାକାର କରିବାପରେ ଲାଗି ପଡ଼ିଛନ୍ତି, ଏବଂ କୃଷକଙ୍କ ରୋଜଗାର ବଢ଼ାଇବାପାଇଁ ଉଦ୍ୟମ କରୁଛନ୍ତି ସେ ସମୟରେ ମୋଦୀ ହୁନର ହାଟରେ ଲିଟି ଚୋଖା ଖାଇବା ନିଶ୍ଚିତ ଭାବେ ଏକ ସଂଯୋଗ। ୨୦୧୦ରେ ନୀତୀଶ କୁମାର କହିଥିଲେ, ମୁଁ ଏମିତି ଏକ ଦିନ ପାଇଁ ସ୍ବପ୍ନ ଦେଖୁଛି ଯେଉଁଦିନ ପ୍ରତ୍ୟେକ ନାଗରିକଙ୍କ ଥାଳିରେ ଗୋଟିଏ ବିହାରୀ ଖାଦ୍ୟ ଥିବ। ନୀତୀଶଙ୍କର ଏହି ମନ୍ତବ୍ୟ ଆଧାରରେ ସୁଶୀଲ ମୋଦୀ ଏଭଳି ଟ୍ବିଟ୍‌ କରିଛନ୍ତି। ତେବେ ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଜିତନ ରାମ ମାଂଝି କହିଛନ୍ତି, ବିହାରରେ ଚଳିତବର୍ଷ ଶେଷ ଆଡ଼କୁ ଥିବା‌ ବିଧାନସଭା ନିର୍ବାଚନ ପାଇଁ ଏହା କ’ଣ ଏକ ଘୋଷଣା କି? ଆରଜେଡି ନେତା ‌ତେଜପ୍ରତାପ ଯାଦବ ଭୋଜପୁରୀରେ ଏକ ଟ୍ବିଟ୍‌ କରି କହିଛନ୍ତି, ‘ତୁ‌ମେ ଲିଟି ଚୋଖା ଖାଇପାରିବ କିନ୍ତୁ ତୁମର ଧୋକାକୁ କେବେ ବି ଭୁଲି ହେବନି। ତେବେ ସୁଶୀଲ ମୋଦୀ କହିଛନ୍ତି, ମୋଦୀଙ୍କ ମିଲ୍‌ ପାଇଁ ବିହାରରେ ଅନେକଙ୍କ ପେଟରେ ଯନ୍ତ୍ରଣା ‌ହେଉଛି।

ସମ୍ବନ୍ଧିତ ଖବର