ଶିବସେନା ନିର୍ବାଚନୀ ଚିହ୍ନ ଉପରେ ସାମୟିକ ରୋକ ; ଉଦ୍ଧବ ଓ ଏକନାଥ ଗୋଷ୍ଠୀଙ୍କୁ ଅଲଗା ଅଲଗା ଚିହ୍ନ ମିଳିବ

ମୁମ୍ବାଇ : କିଏ ପ୍ରକୃତ ଶିବସେନା ତାହାକୁ ନେଇ ଉଦ୍ଧବ ଗୋଷ୍ଠୀ ଓ ଏକନାଥ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଚାଲିଥିବାବେଳେ ଶିବସେନାର ନିର୍ବାଚନୀ ଚିହ୍ନ ଧନୁ ଓ ତୀର ଉପରେ ସାମୟିକ ଭାବେ ନିଷେଧାଜ୍ଞା ଜାରି କରିଛନ୍ତି ନିର୍ବାଚନ କମିସନ ।

ଅନ୍ଧେରୀ (ପୂର୍ବ ) ବିଧାନସଭା ଆସନ ପାଇଁ ହେବାକୁ ଥିବା ଉପନିର୍ବାଚନ ନିମନ୍ତେ ଉଭୟ ଗୋଷ୍ଠୀଙ୍କୁ ନୂଆ ଚିହ୍ନ ପ୍ରଦାନ କରାଯିବ । ଏଥିପାଇଁ ଆସନ୍ତା ୧୧ ତାରିଖ ସୁଦ୍ଧା ନିଜ ନିଜର ଦଳୀୟ ଚିହ୍ନ ସଂପର୍କରେ ପ୍ରସ୍ତାବ ରଖିବାକୁ ଉଭୟଙ୍କୁ କମିସନ କହିଛନ୍ତି ।

ମୁମ୍ବାଇର ଅନ୍ଧେରୀ (ପୂର୍ବ) ବିଧାନସଭା କ୍ଷେତ୍ର ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ କିଏ ପ୍ରକୃତ ଶିବସେନା ତାହାକୁ ନେଇ ଅକଳରେ ପଡ଼ିଯାଇଛନ୍ତି ନିର୍ବାଚନ କମିସନ । କାରଣ, ଉଭୟ ଉଦ୍ଧବ ଓ ସିନ୍ଦେ ଗୋଷ୍ଠୀ ନିଜକୁ ଅସଲି ଶିବସେନା ବୋଲି କହୁଛନ୍ତି ।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଦଳ ଶୁକ୍ରବାର ଦିନ ନିର୍ବାଚନ ଆୟୋଗଙ୍କୁ ଭେଟି ଦଳର ‘ଧନୁ ଓ ତୀର’ ପୋଲ ପ୍ରତୀକ ପାଇଁ ଦାବି କରିଥିଲେ । ଏହା ପରେ କମିସନ ଉଦ୍ଧବ ଠାକରେଙ୍କୁ ଜବାବ ରଖିବାକୁ ନୋଟିସ ଜାରି କରିଥିଲେ । ଏହାର ଜବାବରେ ଉଦ୍ଧବ ଗୋଷ୍ଠୀ ପକ୍ଷରୁ କୁହାଯାଇଥିଲା ଯେ ବିଦ୍ରୋହୀ ବିଧାୟକମାନେ ସ୍ବେଚ୍ଛାରେ ଶିବସେନା ଛାଡ଼ିଛନ୍ତି । ଏଣୁ ସେମାନଙ୍କୁ ଶିବସେନାର ନିର୍ବାଚନୀ ଚିହ୍ନ ଧନୁତୀର ମିଳିପାରିବ ନାହିଁ ।

 

 

ସମ୍ବନ୍ଧିତ ଖବର