ଗୁଜୁରାଟ: ଜଣେ ଭୋଟରଙ୍କ ପାଇଁ ଖୋଲିବ ପୁଲିଂ ବୁଥ

ସୋମନାଥ: ଦିନକୁ ଦିନ ଗୁଜୁରାଟ ବିଧାନସଭା ନିର୍ବାଚନ ପ୍ରଚାର ଜମୁଛି। ଶାସକ ବିଜେପି ଓ ବିରୋଧୀ କଂଗ୍ରେସ ଦଳର ମଧ୍ୟରେ ଏଥର କଡ଼ା ଟକ୍କର ଚାଲିଛି। ଏ ସମସ୍ତ ମଧ୍ୟରେ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ନିର୍ବାଚନ ଆୟୁକ୍ତଙ୍କ ପକ୍ଷରୁ ସମସ୍ତ ପ୍ରକାର ଉଦ୍ୟମ ହୋଇଛି। ଖାସ୍‌ କରି ମହିଳା ଓ ଦିବ୍ୟାଙ୍ଗମାନେ ଯେପରି ଭୋଟ ଦେବା ବେଳେ କୌଣସି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ନିର୍ବାଚନ ଆୟୁକ୍ତଙ୍କ ପକ୍ଷରୁ ଗୁଜୁରାଟ ନିର୍ବାଚନ ସମୟରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ତେବେ ଯେପରି କୌଣସି ଭୋଟ୍‌ ମଧ୍ୟ ପୁଲିଂ ବୁଥର ଦୂରତା ଯୋଗୁଁ ଭୋଟ୍‌ ଦାନରୁ ଯେପରି ବଞ୍ଚିତ ନ ହୁଅନ୍ତି ସେଥିପାଇଁ ମଧ୍ୟ ନିର୍ବାଚନ କମିସନ ପ୍ରସ୍ତୁତି ଚଳାଇଛନ୍ତି। ଏହି ପ୍ରସ୍ତୁତି କ୍ରମରେ ଏକ ଗ୍ରାମର ଏକମାତ୍ର ଭୋଟରଙ୍କ ପାଇଁ ଏକ ସ୍ୱତନ୍ତ୍ର ପୁଲିଂ ବୁଥ କରାଯାଉଛି। ଜଣେ ଭୋଟର ଯେପରି ସୁରୁଖୁରୁରେ ଭୋଟ୍‌ ଦେଇ ନିଜ ମତଦାନ ଅଧିକାର ସାବ୍ୟସ୍ତ କରି ପାରିବେ ସେଥିପାଇଁ ୫ ଜଣିଆ ପୁଲିଂ ଅଫିସରଙ୍କୁ ନେଇ ପୁଲିଂ ବୁଥ୍‌ ଖୋଲାଯିବ ବୋଲି ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ ଆୟୁକ୍ତ।

ମିଳିଥିବା ସୂଚନା ଅନୁଯାୟୀ, ଗୁଜୁରାଟ ଜିଲ୍ଲା ସେମନାଥ ଜିଲ୍ଲାର ବାନେଜ ଗାଁ। ପ୍ରସିଦ୍ଧି ଗୀର ଅଭୟାରଣ୍ୟ ମଧ୍ୟରେ ରହିଛି ଏହି ବାନେଜ ଗ୍ରାମ। ଏହି ଗ୍ରାମର ଏକମାତ୍ର ଭୋଟର ହେଉଛନ୍ତି ଜଙ୍ଗଲ ଭିତରେ ଥିବା ବନେଶ୍ୱର ମହାଦେବ ମନ୍ଦିରର ପୂଜକ ମହନ୍ତ ଭାରତ ଦାସ ଗୁରୁ ଦର୍ଶନ। ମହନ୍ତଙ୍କ ପାଇଁ ୨୦୦୨ ମସିହରେ ପ୍ରଥମ ଥର ପାଇଁ ଏକ ପୁଲିଂ ବୁଥ ଖୋଲାଯାଇଥିଲା। ଏଥର ମଧ୍ୟ ସେଠାରେ ଏକ ପୁଲିଂ ବୁଥ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧିତ ଖବର