ନୂଆଦିଲ୍ଲୀ : ମ୍ୟୁନିସପାଲ୍ ସଲିଡ୍ ୱେଷ୍ଟ୍ ମ୍ୟାନେଜମେଣ୍ଟ୍, ବାୟୁ ପ୍ରଦୂଷଣ, ନଦୀ ପ୍ରଦୂଷଣ ନିୟନ୍ତ୍ରଣ ନେଇ କେଉଁସବୁ ପଦକ୍ଷେପ ନିଆଯାଇଛି, ସେ ସମ୍ପର୍କରେ ଏନ୍ଜିଟି ଅଗ୍ରଗତି ରିପୋର୍ଟ ମାଗିଛି। ମାର୍ଚ୍ଚ ୨୬ରେ ମୁଖ୍ୟ ଶାସନ ସଚିବ ନିଜେ ଉପସ୍ଥିତ ରହି ରିପୋର୍ଟ ଦାଖଲ କରିବା ପାଇଁ ଟ୍ରିବ୍ୟୁନାଲ୍ ନିର୍ଦ୍ଦେଶ ଦେଇଛନ୍ତି। କେବଳ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କୁ ନୁହେଁ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କୁ ଅଲଗା ଅଲଗା ତାରିଖରେ ସମସ୍ତ ରିପୋର୍ଟ ସହ ହାଜର ହେବାପାଇଁ ଟ୍ରିବ୍ୟୁନାଲ୍ ନିର୍ଦ୍ଦେଶ ଜାରି କରିଛନ୍ତି।
ଏନ୍ଜିଟି ଅଧ୍ୟକ୍ଷ ବିଚାରପତି ଆଦର୍ଶ କୁମାର ଗୋଏଲଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ପ୍ରଥମ ଥର ପାଇଁ ଟ୍ରିବ୍ୟୁନାଲ୍ର ବିଭିନ୍ନ ପ୍ରଦୂଷଣଜନିତ ମାମଲା ଗୁଡ଼ିକର ଅଲଗା ଅଲଗା ଶୁଣାଣି ନକରି ସାମୂହିକ ଭାବେ ଶୁଣାଣି ପାଇଁ ନିଷ୍ପତ୍ତି ନେବା ସହ ରାଜ୍ୟମାନଙ୍କର ପ୍ରଦୂଷଣ ଜନିତ ପ୍ରସଙ୍ଗ ଗୁଡ଼ିକର ସମୀକ୍ଷା ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/01/ng.jpg)