ଲକଡାଉନ ପ୍ରଭାବ : ଦେଶରେ ପ୍ରଦୂଷଣ ମାତ୍ରା ହ୍ରାସ

ନୂଆଦିଲ୍ଲୀ : ଭାରତରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଥିବାଯୋଗୁଁ ଭାରତ ସରକାର ଆସନ୍ତା ୨୧ ଦିନ ପାଇଁ ସାରା ଦେଶରେ ଲକଡାଉନ ଘୋଷଣା କରିଛନ୍ତି । ଏହାର ଅର୍ଥ ହେଉଛି ଆସନ୍ତା ୨୧ ଦିନ ପର୍ଯ୍ୟନ୍ତ ଲୋକମାନେ ଘରେ ରହିବେ, ଗାଡ଼ି ଚାଲିବ ନାହିଁ, କୌଣସି କଳକାରଖାନା, ସପିଂ ମଲ, ପ୍ରେକ୍ଷାଳୟ ଆଦି ଖୋଲାରହିବ ନାହିଁ । ଏହା ଫଳରେ ଦେଶର ଅଧିକାଂଶ ସହରରେ ରାସ୍ତାଘାଟ ଖାଲି ହୋଇଯାଇଛି ।
ଲୋକମାନେ ଘରେ ରହିବା ଦ୍ୱାରା ସୁରକ୍ଷିତ ରହିପାରୁଛନ୍ତି ଓ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବାର ସମ୍ଭାବନା ରହିଛି । ତେବେ ଏହାର ଆଉ ଏକ ଲାଭ ଦେଖିବାକୁ ମିଳିଛି-ତାହା ହେଉଛି ପରିବେଶ ପ୍ରଦୂଷଣ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି । ଦିଲ୍ଲୀପରି ପ୍ରଦୂଷିତ ସହର ନିର୍ମଳ ଦେଖାଯାଉଛି । ଗତ ରବିବାର ଜନତା କର୍ଫ୍ୟୁ ଦିନ ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୨କୁ ଖସିଆସିଥିଲା । ଯାହାକି ସାଧାରଣତଃ ୨୦୦ ପାଖାପାଖି ରହିଥାଏ । ଏହା ଫଳରେ ଲୋକମାନଙ୍କୁ ନିର୍ମଳ ବାୟୁ ମିଳିପାରୁଛି । କେବଳ ଦିଲ୍ଲୀ ନୁହେଁ ଦେଶର ଅନ୍ୟପ୍ରଦୂଷିତ ସହର ମୁମ୍ବାଇ, ଚେନ୍ନାଇ ଓ କେଲକତାରେ ମଧ୍ୟ ପ୍ରଦୂଷଣ ହ୍ରାସ ପାଇଛି । ଆଗକୁ ଆହୁରି ୨୦ ଦିନ ଥିବାରୁ ପରିବେଶ ପ୍ରଦୂଷଣ ଅନେକ ହ୍ରାସ ପାଇବା ଆଶା କରାଯାଉଛି ।

ସମ୍ବନ୍ଧିତ ଖବର