ଏବେଠାରୁ ପ୍ରଦୂଷଣ ଦିଲ୍ଲୀର ପ୍ରମୁଖ ପର୍ବ ! ଏଭଳି ଭାବେ ଦିଲ୍ଲୀ ପ୍ରଦୂଷଣକୁ ବର୍ଣ୍ଣନା କଲା ବାଳକ, ଭାଇରାଲ ହେଲା ଲେଖା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ଏବେ ସୀମା ଟପିଲାଣି। ପରିସ୍ଥିତି ଓ ଲୋକଙ୍କ ରହିବାକୁ ନେଇ ଏବେ ଭାରତ ଓ ଦିଲ୍ଲୀ ସରକାର ଚିନ୍ତାରେ। ତେବେ ପ୍ରଦୂଷଣକୁ ରୋକିବା ପାଇଁ କୌଣସି ସ୍ଥାୟୀ ବାଟ ସରକାର ଖୋଜି ପାଉ ନ ଥିବା ବେଳେ ସ୍କୁଲକୁ ବାରମ୍ବାର ଛୁଟି କରି ଦିିଆଯାଉଛି। ଏ ମଧ୍ୟରେ ଜଣେ ବାଳକର ରଚନା ଏବେ ଭାଇରାଲ ହେବାରେ ଲାଗିଛି। ଦିଲ୍ଲୀ ପ୍ରଦୂଷଣକୁ ବାଳକଟି ଯେଉଁଭଳି ଭା‌ବରେ ବର୍ଣ୍ଣନା କରିଛି, ତାହା ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ବାଳକଟି ନିଜ ରଚନାରେ ପ୍ରଦୂଷଣକୁ ନେଇ ନିିଜର ଭାବନା ବ୍ୟକ୍ତ କରିବା ସହ ପ୍ରଦୂଷଣ ଏବେ ଦିଲ୍ଲୀର ପ୍ରମୁଖ ପର୍ବ ହୋଇ ଯାଇଥିବା ଲେଖିଛନ୍ତି।

aajtak.intoday.in

ରଚନାରେ ଲେଖାଯାଇଛି କି, ଏବେଠାରୁ ଦିଲ୍ଲୀର ସବୁଠାରୁ ପ୍ରମୁଖ ପର୍ବ ହେଉଛି ପ୍ରଦୂଷଣ। ଏହା ସବୁ ବର୍ଷ ଦୀପାବଳି ପରେ ଆରମ୍ଭ ହୋଇଥାଏ। ଏହି ପର୍ବରେ ଆମକୁ ଦୀପାବଳିଠାରୁ ମଧ୍ୟ ଅଧିକ ଛୁଟି ମିଳିଥାଏ। ଦୀପାବଳିରେ ଆମକୁ ୪ଟି ଛୁଟି ମିଳୁଥିବା ବେଳେ ପ୍ରଦୂଷଣରେ ଆମକୁ ୮ଟି ଛୁଟି ମିଳିଥାଏ। ଏହି ପର୍ବରେ ଲୋକେ ଅଲଗା ଅଲଗା ମାସ୍କ ପିନ୍ଧି ବୁଲିଥାନ୍ତି। ଘରେ ଗୋଲ ମରିଚ, ମହୁ ଓ ଅଦାର ଅଧିକ ପ୍ରୟୋଗ ହୋଇଥାଏ। ଯାହା ପିଲାମାନଙ୍କର ଅଧିକ ପସନ୍ଦ।

ସମ୍ବନ୍ଧିତ ଖବର