ପୋଞ୍ଜି ସ୍କାମ୍: ଟିଏମ୍‌ସି ସାଂସଦ କେଡି ସିଂଙ୍କ ୨୩୯ କୋଟି ସମ୍ପତ୍ତି ଜବତ କଲା ଇଡି

କୋଲକାତା : ପୋଞ୍ଜି ସ୍କାମ୍ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଟିଏମ୍‌ସି (ତୃଣମୂଳ କଂଗ୍ରେସ) ସାଂସଦ କେ ଡି ସିଂଙ୍କ ୨୩୯ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ପିଏମ୍‌ଏଲଏ ଅଧୀନରେ ଏହି କାର୍ଯ୍ୟାନୁ‌ଷ୍ଠାନ ହୋଇଛି ଏବଂ ଚଣ୍ଡିଗଡ଼, ପଞ୍ଚକୁଲା, ଡେରାବସି, ଏସଏଏସ ନଗର(ପଞ୍ଜାବ) ସିମଲା ଆଦି ସ୍ଥାନରେ ତାଙ୍କର ଥିବା ସମ୍ପତ୍ତି ଜବତ ସହ ଏଚଡିଏଫସି ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଅଚଳ କରାଯାଇଛି। ଆଲକେମିଷ୍ଟ ଇନଫ୍ରା ରିଅଲ୍ଟି ମାଧ୍ୟମରେ ଯେଉଁ ଅପରାଧିକ ନେଣଦେଣ ପ୍ରକ୍ରିୟା ଚାଲିଥିଲା ସେ ବାବଦରେ ବଳି‌ଷ୍ଠ ପ୍ରମାଣ ମଳିବା ପରେ ଏହି ସଂସ୍ଥାର ପୂର୍ବ ଅଧ୍ୟକ୍ଷ ରହିଥିବା ‌ଶ୍ରୀ ସିଂଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ସମ୍ବନ୍ଧିତ ଖବର