ସିଏଏ, ଏନ୍‌ଆର୍‌ସି ମୋ’ ଘର ଭାଙ୍ଗିଦେଲାଣି: ପୂଜା ଭଟ୍ଟ

ମୁମ୍ବାଇ: ମୁମ୍ବାଇର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଚଳଚ୍ଚିତ୍ର ଅଭିନେତ୍ରୀ ପୂଜା ଭଟ୍ଟ କହିଛନ୍ତି, ସେ ସିଏଏ ଓ ଏନ୍‌ଆର୍‌ସିକୁ ସମର୍ଥନ କରନ୍ତି ନାହିଁ। କାରଣ ଏହା ତାଙ୍କ ଘରକୁ ଭାଙ୍ଗି ଦେଲାଣି। ସିଏଏ, ଏନଆରସିକୁ ନେଇ ଦେଶରେ ଯେଉଁ ଅଶାନ୍ତିକର ପରିସ୍ଥିତି ଉପୁଜିଛି ତାହା ଚିନ୍ତାଜନକ ବୋଲି ପୂଜା କହିଛନ୍ତି। ସାହିନବାଗ ଓ ଲକ୍ଷ୍ନୌରେ ଯେଉଁଭଳି ମହିଳାମାନେ ଆନ୍ଦୋଳନ ଚଳାଇଛନ୍ତି, ତାହା ଦେଶର ନେତାଙ୍କୁ ଶୁଣାଯାଉନାହିଁ। ସିଏଏ, ଏନଆରସିକୁ ନେଇ ଦେଶରେ ଯେଉଁ ହିଂସାତ୍ମକ ପରିସ୍ଥିତି ଉପୁଜିଛି, ସେଥିପ୍ରତି ଦୃଷ୍ଟି ଦେବାକୁ ପୂଜା ନେତାମାନଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର