ସାକ୍ଷୀ ମିଶ୍ରଙ୍କୁ ନେଇ ପୁନମ ଯାଦବଙ୍କ ବିବାଦୀୟ ବୟାନ;ଏଭଳି ଝିଅଠାରୁ ଭଲ ମୋର ଝିଅ ନାହିଁ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ବଜେପି ବିଧାୟକ ରାଜେଶ ମିଶ୍ରଙ୍କ ଝିଅ ସାକ୍ଷୀ ମିଶ୍ର ଦଳିତ ଯୁବକ ଅଜିତେଶ କୁମାରଙ୍କୁ ବିବାହ କରିବା ପରଠାରୁ ବିବାଦ ଆରମ୍ଭ ହୋଇ ଯାଇଛି । ଘଟଣାଟି ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଦୁହିଁଙ୍କ ଜୀବନ ପ୍ରତି ବିପଦ ଥିବାରୁ ଗତକାଲି ଆହ୍ଲାବାଦ ହାଇକୋର୍ଟକୁ ଦୁହେଁ ସୁରକ୍ଷା ମାଗିବାକୁ ପହଞ୍ଚିଥିଲେ । ଏହା ସହ ଆଜି ସୋମବାର ସାକ୍ଷୀ ଏବଂ ଅଜିତେଶଙ୍କ ବିବାହକୁ ବୈଧ ବୋଲି ଘୋଷଣା କରିଛନ୍ତି ଆହ୍ଲାବାଦ ହାଇକୋର୍ଟ ।

oneindia.com

ଏବେ ଏହି ମାମଲାକୁ ନେଇ ସମ୍ଭଲର ବିଜେପି ନେତା ତଥା ପୂର୍ବତନ ବିଧାୟକଙ୍କ ପତ୍ନୀ ପୁନମ ଯାଦବ ଫେସବୁକରେ ପୋଷ୍ଟ କରି ବିବାଦୀୟ ବୟାନ ଦେଇଛନ୍ତି । ଆରମ୍ଭରୁ ମୁଁ ଚାହୁଁଥିଲି ମୋର ଝିଅ ହେଉ । କିନ୍ତୁ ସାକ୍ଷୀ ମାତା-ପିତାଙ୍କ ତାଗିଦ୍‌ ଏବଂ ଭାଇ-ଭଉଣୀ ମଧ୍ୟରେ ହୋଇଥିବା ସାମାନ୍ୟ ଝଗଡ଼ାକୁ ମାନସିକ ନିର୍ଯ୍ୟାତନାର ନାଁ ଦେଇଛନ୍ତି । ଏ ସବୁ ଦେଖି ମୁଁ ଭାବୁଛି ମୋର ଝିଅ ନାହିଁ ବହୁତ ଭଲ ହୋଇଛି ବୋଲି ଲେଖିଛନ୍ତି ।

ସମ୍ବନ୍ଧିତ ଖବର