ଗରିବମାନେ ଚିନ୍ତିତ ହେବା ଅନୁଚିତ, ‘ମାମା’ ସେମାନଙ୍କ ଘର ତିଆରି ଦେବ: ଶିବରାଜ ଚୌହାନ୍‌

ନୂଆଦିଲ୍ଲୀ: ରାମ ନବମୀ ଦିନ ଖର୍ଗୋନ୍‌ ହିଂସାକାଣ୍ଡରେ ସମ୍ପୃକ୍ତ ଥିବା ଅପରାଧୀମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଗୁରୁବାର ଦିନ କହିଛନ୍ତି ଯେ, ହିଂସାକାଣ୍ଡରେ ଘର ହରାଇଥିବା ଗରିବମାନେ ଚିନ୍ତିତ ହେବା ଅନୁଚିତ।

ସମର୍ଥକମାନଙ୍କ ମଧ୍ୟରେ ‘ମାମା’ ନାମରେ ସୁପରିଚିତ ଚୌହାନ କହିଲେ, ‘ମାମା’ ପୁଣି ଥରେ ସେମାନଙ୍କ ଘର ତିଆରି କରିଦେବ। ରାଜ୍ୟରେ ହିଂସାକାଣ୍ଡ ସୃଷ୍ଟି କରିବାକୁ ଉଦ୍ୟମ କରୁଥିବା ଦୁର୍ବୃତ୍ତମାଙ୍କୁ ସମାଲୋଚନା କରି ସେ କହିଲେ, ଗରିବମାନଙ୍କୁ ହନ୍ତସନ୍ତ କରୁଥିବା ‘ବୁଲ୍‌ଡୋଜର୍‌’ମାନଙ୍କୁ ପଠା ନ ଯିବା ଉଚିତ। ଖର୍ଗୋନ୍‌ରେ ଘର ସବୁ ପୋଡ଼ି ଦିଆଯାଇଛି। ‘ମାମା’ ସେମାନଙ୍କ ଘର ପୁଣି ଥରେ ଗଢ଼ି ଦେବ। ତେଣୁ, ସେମାନେ ଚିନ୍ତା କରନ୍ତୁ ନାହିଁ। ସେମାନଙ୍କର ଘର ଯେଉଁମାନେ ପୋଡ଼ିଛନ୍ତି ସେମାନଙ୍କ ଠାରୁ ଅର୍ଥ ଆଦାୟ କରାଯିବ।

Image Courtesy of Deccan Herald

ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଖର୍ଗୋନ୍‌ ହିଂସାକାଣ୍ଡ ହେଉଛି ମଧ୍ୟପ୍ରଦେଶରେ ଶାନ୍ତି ଓ ସହାବସ୍ଥାନ ନଷ୍ଟ କରିବା ପାଇଁ ହୋଇଥିବା ଚକ୍ରାନ୍ତ। ଚକ୍ରାନ୍ତକାରୀ ଅସାମାଜିକ-ତତ୍ତ୍ବମାନଙ୍କୁ ତାଙ୍କ ସରକାର କଠୋର ମନୋଭାବ ପୋଷଣ କରିବ। କେତେକ ଲୋକ ରାଜ୍ୟରେ ଶାନ୍ତି ନଷ୍ଟ କରିବାକୁ ଷଡ଼ଯନ୍ତ୍ର ଚଳାଇ ଥିବା କଥା ଖର୍ଗୋନ୍‌ରେ ଦେଖିଲୁ। ସେମାନେ ଦଙ୍ଗା କରିବା ଲାଗି ଚହୁଁଛନ୍ତି। ସାଧାରଣ ଜନତାଙ୍କ ପାଇଁ ସରକାର ଫୁଲ ଠାରୁ କୋମଳ, କିନ୍ତୁ ରାଜ୍ୟରେ ଗୁଣ୍ଡା ଓ ଅପରାଧୀଙ୍କୁ ରଖାଇ ଦିଆ ଯିବ ନାହିଁ। ଆମେ ସେମାନଙ୍କୁ ଛାଡ଼ିବୁ ନାହିଁ।

ସମ୍ବନ୍ଧିତ ଖବର