ନୂଆଦିଲ୍ଲୀ: ଥିଏଟର କିମ୍ବା ମଲଟିପ୍ଲେକ୍ସକୁ ଫିଲ୍ମ ଦେଖିବାକୁ ଗଲେ ମନେ ପଡ଼େ ପପକର୍ଣ୍ଣ କଥା । ସିଙ୍ଗଲ ସ୍କ୍ରିନ ଥିଏଟର ତୁଳନାରେ ମଲଟିପ୍ଲେକ୍ସରେ ପପକର୍ଣ୍ଣ ବେଶ ମହଙ୍ଗା ଥାଏ । କିନ୍ତୁ ଏବେ ପପକର୍ଣ୍ଣ ଦର ଆହୁରି ବଢିବାର ସମ୍ଭାବନା ରହିଛି । କାରଣ ପପକର୍ଣ୍ଣ ଉପରେ ଜିଏସଟି ହାର ବୃଦ୍ଧି ପାଇଛି। ଶନିବାର ରାଜସ୍ଥାନର ଜୟସେଲମେରରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଏସଟି ପରିଷଦ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି।
ଅନ୍ୟପକ୍ଷରେ ୟୁଜଡ୍ ଇଲେକ୍ଟ୍ରିକ୍ ଯାନ ଉପରେ ଲାଗୁ ଜିଏସଟିକୁ ନେଇ ସଂଦେହ ଦୂର କରିଛନ୍ତି ଅର୍ଥମନ୍ତ୍ରୀ । ସେ କହିଛନ୍ତି ଯେ ଜଣେ ବ୍ୟକ୍ତି ନିଜର ଇଭିକୁ ଆଉ ଜଣେ ବ୍ୟକ୍ତିଙ୍କୁ ବିକିଲେ ତାହା ଉପରେ କୌଣସି ଜିଏସଟି ଲାଗୁ ହେବ ନାହିଁ । କିନ୍ତୁ ଯଦି କୌଣସି କମ୍ପାନି ୟୁଜଡ୍ ଇଭି ବିକ୍ରକରେ ତେବେ ତାହା ଉପରେ ୧୮ ପ୍ରତିଶତ ଜିଏସଟି ଲାଗୁ ହେବ ।
ଏହି ବୈଠକ ପରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ସାଧାରଣ ଲୁଣ ଏବଂ ମସଲାରେ ପ୍ରସ୍ତୁତ ପପକର୍ଣ୍ଣ, ଯଦି ତାହାର ଲେବଲଯୁକ୍ତ ପ୍ୟାକିଂ ନଥାଏ, ତେବେ ତା’ଉପରେ ୫% ଜିଏସଟି ଆଦାୟ କରାଯିବ। ସେହିପରି ଏହାକୁ ପ୍ୟାକେଜ୍ ଓ ଲେବଲ୍ କଲେ ଏହି ହାର ୧୨% ରହିବ। ସେହିପରି କାରାମେଲରୁ ପ୍ରସ୍ତୁତ ହୋଇଥିବା ପପକର୍ଣ୍ଣକୁ ଚିନି ମିଠା ଶ୍ରେଣୀରେ ରଖାଯାଇଛି ଏବଂ ଏହା ଉପରେ ୧୮ ପ୍ରତିଶତ ଜିଏସଟି ଲାଗୁ ହେବ । ଅନ୍ଯପକ୍ଷରେ ଫୋର୍ଟିଫାଏଡ ରାଇସ ଉପରେ ଲାଗୁ ଜିଏସଟି ହାର ୧୮ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ ପାଇଛି ।