ଶୂନ୍ୟ ଚର୍ଚ୍ଚରେ ଇଷ୍ଟର ପାଳିଲେ ପୋପ୍‌

ଭାଟିକାନସିଟି : ଅତ୍ୟନ୍ତ ନିର୍ଜନ ପରିବେଶରେ ଏବଂ ଭକ୍ତରହିତ ଶୂନ୍ୟ ସେଣ୍ଟ ପିଟର୍ସ ବାସିଲିକା ଚର୍ଚ୍ଚରେ ପୋପ୍‌ ଫ୍ରାନ୍‌ସିସ ଇଷ୍ଟର ପାଳନ କରିଛନ୍ତି। ସମଗ୍ର ବିଶ୍ବରେ କରୋନା ଭାଇରସ ଆତଙ୍କ ଯୋଗୁଁ ଜାରି କରାଯାଇଥିବା ଲକ୍‌ ଡାଉନ୍‌ ଯୋଗୁଁ ଭକ୍ତମାନଙ୍କୁ ଚର୍ଚ୍ଚ ପରିସରକୁ ଯିବାକୁ ବାରଣ କରାଯାଇଥିଲା। ପୋପ୍‌ ଫ୍ରାନ୍‌ସିସ ନିଜର ଇଷ୍ଟର ବାର୍ତ୍ତାକୁ ଅନ୍‌ଲାଇନ୍‌ ୱେବ୍‌କାଷ୍ଟ ଜରିଆରେ ଭକ୍ତଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରିଛନ୍ତି। ପୋପ ନିଜ ଇଷ୍ଟର ବାର୍ତ୍ତାରେ ଭକ୍ତମାନଙ୍କୁ ‘ନୂତନ ଆଶା’ ବାଣ୍ଟିଛନ୍ତି। ବିଶ୍ବରେ କରୋନା ଭାଇରସ ଯେଉଁ ଆତଙ୍କ ଖେଳାଇଛି, ତା’ ବିରୋଧରେ ଲଢେଇ କରି ବିଜୟୀ ହେବାକୁ ପୋପ୍‌ କହିଛନ୍ତି। ସୂଚନାଯୋଗ୍ୟ, ସମଗ୍ର ବିଶ୍ବରେ ଇଟାଲି କରେନା ଭାଇରସ ଦ୍ବାରା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବାବେଳେ ଭାଟିକାନ ସିଟିରେ ୮ ଜଣଙ୍କ ମଧ୍ୟରେ କୋଭିଡ-୧୯ ପଜିଟିଭି ଚିହ୍ନଟ ହୋଇଛି।

ସମ୍ବନ୍ଧିତ ଖବର