ରୋମ : ଚୀନ ପରେ କରୋନାଭାଇରସ ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ଦେଶ ହେଲେ ଇରାନ, ଦକ୍ଷିଣ କୋରିଆ ଓ ଇଟାଲି । ଏସବୁ ଦେଶରେ ମୃତ୍ୟୁସଂଖ୍ୟା ଚିନ୍ତାଜନକଭାବେ ବଢିଚାଲିଛି । ଇଟାଲୀରେ ଏପର୍ଯ୍ୟନ୍ତ ୫୨ ଜଣ ବ୍ୟକ୍ତି କରୋନା ସଂକ୍ରମଣରେ ମୃତ୍ୟୁବରଣ କରିଥିବାବେଳେ ଆଉ ୨ ହଜାର ଜଣ ସଂକ୍ରମିତ ହୋଇଛନ୍ତି । ଚିନ୍ତାଜନକ ବିଷୟ ହେଉଛି ଦିନକୁ ଦିନ ସଂକ୍ରମଣ ସଂଖ୍ୟା ବଢିଚାଲିଛି । ଏପରିକି ପୋପ ଫ୍ରାନସିସଙ୍କୁ ମଧ୍ୟ ସଂକ୍ରମଣ ହୋଇଥିବା ସଂଦେହ କରାଯାଉଛି । କିନ୍ତୁ ତାଙ୍କର ରକ୍ତ ପରୀକ୍ଷା ପରେ ତାହା ନେଗେଟିଭ ବାହାରିଛି ।

Advertisment

ଅସୁସ୍ଥତା ଯୋଗୁଁ ପୋପ୍‌ ଫ୍ରାନ୍ସିସ ଗତ କିଛି ଦିନ ହେଲା ନିଜର ସବୁ ବୈଠକ ଓ କାର୍ଯ୍ୟକ୍ରମକୁ ବାତିଲ କରିଦେଇଥିଲେ । ପୋପଙ୍କ ସାଧାରଣ ଥଣ୍ଡା ହୋଇଥିଲେ ମଧ୍ୟ ତାହା ଲାଗି ରହିଥିବାରୁ ତାଙ୍କୁ କରୋନା ଭାଇରସ ସଂକ୍ରମଣ ହୋଇଥିବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା । ଏହା ପରେ ତାଙ୍କର ସ୍ୱାସ୍ଥ୍ୟପରୀକ୍ଷା କରାଯାଇଥିଲା । ତାଙ୍କ ରକ୍ତ ନମୁନା ନେଗେଟିଭ ବାହାରିଛି, ଅର୍ଥାତ ସେ ସଂକ୍ରମିତ ହୋଇନାହାନ୍ତି । ଏହା ପରେ ଭାଟିକାନରେ ଆଶ୍ୱସ୍ତି ପ୍ରକାଶ ପାଇଛି ବୋଲି ଇଟାଲୀର ଏକ ସମ୍ବାଦପତ୍ର ଖବର ପ୍ରକାଶ କରିଛି । ସୂଚନାଯୋଗ୍ୟ ଯେ ବିଶ୍ୱରେ କରୋନାଭାଇରସ ଜନିତ ମୃତ୍ୟୁସଂଖ୍ୟା ୩୧୦୦ ଟପିଯାଇଛି ।