ନୂଆଦିଲ୍ଲୀ: ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନକୁ ନେଇ ଦେଶରେ ରାଜନୈତିକ ବାତାବରଣ ଗରମ ହୋଇଚାଲିଛି। ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀ ମେଣ୍ଟ ଭାରତକୁ ଟାର୍ଗେଟ କରି କହିଛନ୍ତି ଯେ ଲୋକମାନେ ମେଣ୍ଟ ସରକାର ଚାହୁଁନାହାଁନ୍ତି ।

Advertisment

ଇଣ୍ଡିଆ ଟୁଡେକୁ ଏକ ସାକ୍ଷାତକାର ଦେଇ ମୋଦୀ କହିଛନ୍ତି, “ଗଣମାଧ୍ୟମରେ ଲୋକ, ବିଶେଷଜ୍ଞ ଓ ବନ୍ଧୁମାନଙ୍କ ମଧ୍ୟରେ ସହମତି ରହିଛି ଯେ ଆମ ଦେଶରେ ମେଣ୍ଟ ସରକାରର ଆବଶ୍ୟକତା ନାହିଁ। ମେଣ୍ଟ ସରକାର ସୃଷ୍ଟି କରିଥିବା ଅସ୍ଥିରତା ଯୋଗୁଁ ଆମେ ୩୦ ବର୍ଷ ହରାଇଥିଲୁ। ମେଣ୍ଟ ସରକାରରେ ଲୋକମାନେ ତୁଷ୍ଟୀକରଣ ରାଜନୀତି ଓ ଦୁର୍ନୀତି ଦେଖିଛନ୍ତି।“

ସେ ଆହୁରି ମଧ୍ୟ କହିଛନ୍ତି ଯେ ୨୦୨୪ରେ ବିଜେପି ଏକ ସ୍ୱାଭାବିକ ପସନ୍ଦ କାରଣ ପୂର୍ବରୁ ମେଣ୍ଟ ସରକାର ବିଶ୍ୱରେ ଭାରତର ଖରାପ ଭାବମୂର୍ତ୍ତି ସୃଷ୍ଟି କରିଥିଲେ।

କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଲୋକମାନେ ତାଙ୍କୁ ଆଉ ଏକ ସୁଯୋଗ ଦେବେ ଏବଂ ବିଜେପିର ହ୍ୟାଟ୍ରିକ୍ ହେବ। ସେହିପରି ବିରୋଧୀ ମେଣ୍ଟ ଭାରତରେ ସଂପୃକ୍ତ ଦଳର ନେତା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅନେକ ଥର କହିଛନ୍ତି ଯେ ଯଦି ଆମେ ଏକଜୁଟ ରହିବୁ, ତେବେ ବିଜେପି କ୍ଷମତାରୁ ଦୂରେଇ ଯିବ।