ମୁମ୍ବାଇ: ପ୍ରସିଦ୍ଧ ବଲିଉଡ୍ ନିର୍ଦ୍ଦେଶକ ତଥା ସୋମ୍ୟାନ ଭାବେ ପରିଚିତ ସୁଭାଷ ଘାଇ ଅସୁସ୍ଥ ହେବା ପରେ ତାଙ୍କୁ ମୁମ୍ବାଇର ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏକ ଡାକ୍ତରୀ ଟିମ୍ ନିର୍ଦ୍ଦେଶକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି। ତାଙ୍କୁ କେବେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।
ସୁଭାଷ ଘାଇଙ୍କ ଘନିଷ୍ଠ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସୁଭାଷ ଘାଇଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ନିର୍ଦ୍ଦେଶକଙ୍କୁ ନିୟମିତ ଯାଞ୍ଚ ପାଇଁ ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ନିର୍ଦ୍ଦେଶକଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବା ନେଇ ପୂର୍ବରୁ ଖବର ଆସିଥିଲା।
ସୁଭାଷ ଘାଇ ମହାରାଷ୍ଟ୍ରର ନାଗପୁରର ବାସିନ୍ଦା, ଯେଉଁଠାରେ ସେ ୨୪ ଜାନୁଆରୀ ୧୯୪୫ରେ ଜନ୍ମଗ୍ରହଣ କରିଥିଲେ । ସେ ପିଲାବେଳୁ ଅଭିନେତା ହେବାର ସ୍ୱପ୍ନ ଦେଖୁଥିଲେ, କିନ୍ତୁ ଭାଗ୍ୟ ତାଙ୍କୁ ନିର୍ଦ୍ଦେଶକ କରିଥିଲା । ସେ ଜଣେ ନିର୍ମାତା, ନିର୍ଦ୍ଦେଶକ ଭାବରେ ୧୬ଟି ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି, ସେଥିମଧ୍ୟରୁ ୧୩ଟି ଚଳଚ୍ଚିତ୍ର ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଥିଲା । ସେ 'ଖଲନାୟକ', 'ତାଲ', 'ପରଦେଶ' ଓ 'ରାମ ଲଖନ' ‘ସୌଦାଗର’, କର୍ମା, ‘ହିରୋ’ ଭଳି ଚଳଚ୍ଚିତ୍ର ପାଇଁ ଦର୍ଶକଙ୍କ ମଧ୍ୟରେ ପ୍ରସିଦ୍ଧ। ଫିଲ୍ମ 'ଇକବାଲ' ପାଇଁ ତାଙ୍କୁ ଜାତୀୟ ପୁରସ୍କାର ରେ ସମ୍ମାନିତ କରାଯାଇଥିଲା । ଜ୍ୟାକି ଶ୍ରଫ୍, ରୀନା ରୟ, ମୀନାକ୍ଷୀ, ମହିମା ଚୌଧୁରୀଙ୍କ ଭଳି ସେଲିବ୍ରିଟିଙ୍କ ସମେତ ସେ ତାଙ୍କ ଚଳଚ୍ଚିତ୍ରରୁ ଅନେକ ନୂଆ କଳାକାରଙ୍କୁ ଷ୍ଟାର କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2024/12/07/GgPHV7kkaxXMm7B2a6HR.jpg)