ଲୋକପ୍ରିୟତାରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କଠାରୁ ତେଜସ୍ବୀ ଯାଦବ ଅଗ୍ରଣୀ

ନୂଆଦିଲ୍ଲୀ: ଲୋକପ୍ରିୟତାରେ ବିହାରର ମୁଖ୍ୟମନ୍ତ୍ରୀଙ୍କ ଅପେକ୍ଷା ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଅଗ୍ରଣୀ ବୋଲି ‘ସି-ଭୋଟର୍‌’ କରିଥିବା ଜନମତ ସର୍ଭେରୁ ଜଣାପଡ଼ିଛି।

ଉଭୟ ନେତାଙ୍କ ମଧ୍ୟରୁ କିଏ ବିହାରବାସୀଙ୍କର ଅଧିକ ପ୍ରିୟଭାଜନ ବୋଲି ଜାଣିବା ଲାଗି ‘ସି-ଭୋଟର୍‌’ ଜନମତ ସର୍ଭେ କରିଥିଲା। ସେଥିରୁ ଜଣାପଡ଼ିଛି ଯେ, ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ୪୩% ଜନତା ‘ଆର୍‌ଜେଡି’ ନେତା ତେଜସ୍ବୀ ଯାଦବଙ୍କୁ ସମର୍ଥନ କରିଛନ୍ତି। ତେଜସ୍ବୀଙ୍କର ଜନପ୍ରିୟତା ସମାଜର ସବୁ ବର୍ଗର ଜନତାଙ୍କ ମଧ୍ୟରେ ରହିଛି। କିନ୍ତୁ, ବିହାରର ମୁଖ୍ୟମନ୍ତ୍ରୀ ଭାବେ ନୀତୀଶ କୁମାର ମାତ୍ର ୨୪% ଜନତାଙ୍କ ପ୍ରଥମ ପସନ୍ଦ ବୋଲି ଉକ୍ତ ସର୍ବେକ୍ଷଣରୁ ଜଣାପଡ଼ିଛି। ବାକି ୧୯% ଜନତା ଜଣେ ‘ବିଜେପି’ ନେତାଙ୍କୁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ସମର୍ଥନ କରିଛନ୍ତି।

Image Courtesy of India TV News

ଏହି ସର୍ଭେରେ ୪୧.୮% ପୁରୁଷ ତେଜସ୍ବୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିଥିବା ବେଳେ ୨୩.୮% ନୀତୀଶଙ୍କୁ ଚୟନ କରିଛନ୍ତି। ଏଥିରେ ‘ବିଜେପି’ ମାତ୍ର ୧୯.୬% ଜନମତ ହାସଲ କରିଛି।

ସେହିପରି, ମୁଖ୍ୟମନ୍ତ୍ରୀ ଭାବେ ତେଜସ୍ବୀ ଯାଦବ ବିହାରୀ ମହିଳାମାନଙ୍କର ପ୍ରଥମ ପସନ୍ଦ ବୋଲି ଉକ୍ତ ଜନମତ ସର୍ଭେରୁ ଜଣାପଡ଼ିଛି। ବିହାରର ମୁଖ୍ୟମନ୍ତ୍ରୀ ଭାବେ ତେଜସ୍ବୀ ପ୍ରଥମ ପସନ୍ଦ ବୋଲି ୪୪% ମହିଳା ମତ ଦେଇଥିବା ବେଳେ ୨୩.୩% ମହିଳା ନୀତୀଶଙ୍କୁ ପ୍ରଥମ ପସନ୍ଦ ବୋଲି କହିଛନ୍ତି। ଏଥିରେ ବି ‘ବିଜେପି’ ମାତ୍ର ୧୭.୫% ଜନମତ ପାଇ ତୃତୀୟ ସ୍ଥାନରେ ରହିଛି।

ସମ୍ବନ୍ଧିତ ଖବର