ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଖୁବ୍‌ ଶୀଘ୍ର ଆସିବ: ପ୍ରହ୍ଲାଦ ସିଂହ ପଟେଲ

ନୂଆଦିଲ୍ଳୀ : ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଖୁବ୍‌ଶୀଘ୍ର ଆଇନ ଆସିବ। କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ ଆଜି ଏହା କହିଛନ୍ତି। ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ ‘ଗରିବ କଲ୍ୟାଣ ସମ୍ମେଳନ’ ରେ ଯୋଗ ଦେବାପାଇଁ ରାୟପୁରରେ ଥିବା ସମୟ‌ରେ ସାମ୍ବାଦିକମାନଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ଏହି ଟିପ୍ପଣୀ ଦେଇଛନ୍ତି। ଜନସଂଖ୍ୟା‌ ନିୟନ୍ତ୍ରଣ ସଂକ୍ରାନ୍ତରେ ସାମ୍ବାଦିକମାନଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ପଟେଲ୍‌ କହିଛନ୍ତି, ଜନସଂଖ୍ୟା ନିୟନ୍ତ୍ରଣ ନେଇ ଆଇନ ଖୁବ୍‌ ଶୀଘ୍ର ଆସିବ। ଚିନ୍ତା କରିବାର କିଛି ନାହିଁ। ଯେତେବେଳେ ଏ ସଂକ୍ରାନ୍ତ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ଏହି କାର୍ଯ୍ୟ ମଧ୍ୟ ସମ୍ପନ୍ନ ହେବ। ମନ୍ତ୍ରୀ ପଟେଲ ଆଜି ଛତିଶଗଡ଼ରେ ଶାସକ କଂଗ୍ରେସ ବିରୋଧରେ ବର୍ଷିଛନ୍ତି। କେନ୍ଦ୍ରୀୟ ଯୋଜନା ଅଧୀନରେ ଏହା ଟାର୍ଗେଟ୍‌ ହାସଲ କରିବାରେ ବିଫଳ ହୋଇଛି ବୋଲି ପଟେଲ କହିଛନ୍ତି।

ସମ୍ବନ୍ଧିତ ଖବର