୨୦୩୬ ସୁଦ୍ଧା ଓଡ଼ିଶାର ଜନସଂଖ୍ୟା ୪.୫ କୋଟିରେ ପହଞ୍ଚିବ : ଜନସଂଖ୍ୟା ପୂର୍ବାନୁମାନ ରିପୋର୍ଟ

ନୂଆଦିଲ୍ଲୀ: ଜୁଲାଇ ୨୦୨୦ସୁଦ୍ଧା କରାଯାଇଥିବା ଜନସଂଖ୍ୟା ଆକଳନ ଉପରେ ବୈଷୟିକ ଗୋଷ୍ଠୀର ଚୂଡ଼ାନ୍ତ ରିପୋର୍ଟ ଅନୁଯାୟୀ ୨୦୩୬ ମଧ୍ୟରେ ଭାରତର ଜନସଂଖ୍ୟା ୨୫% ବୃଦ୍ଧି ପାଇବ ଏବଂ ଜନସଂଖ୍ୟା ୧୨୧.୧ କୋଟିରୁ ବଢ଼ି ୧୫୧.୮ କୋଟିରେ ପହଞ୍ଚିବ ବୋଲି ଆକଳନ କରାଯାଉଛି।

ରିପୋର୍ଟ ଅନୁଯାୟୀ, ୨୦୩୧ସୁଦ୍ଧା ଭାରତର ଜନସଂଖ୍ୟା ଚୀନଠାରୁ ଅଧିକ ହୋଇଯିବ। ୨୦୧୧ ଜନଗଣନା ଅନୁଯାୟୀ ଭାରତର ଜନସଂଖ୍ୟା ୧୨୧.୧ କୋଟି ଥିଲା ଏବଂ ବର୍ତ୍ତମାନ ଆକଳନ ଅନୁଯାୟୀ ୨୦୩୬ ମସିହା ସୁଦ୍ଧା ଜନସଂଖ୍ୟା ୧୫୧.୮ କୋଟିକୁ ବୃଦ୍ଧି ପାଇବ। ଏହି ରିପୋର୍ଟରେ ଓଡ଼ିଶାର ଜନସଂଖ୍ୟା ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି। ୨୦୧୧-୨୦୩୬ ମଧ୍ୟରେ ଓଡ଼ିଶାର ଜନସଂଖ୍ୟା ୪.୫କୋଟିରେ ପହଞ୍ଚିବ ବୋଲି ଆକଳନ କରାଯାଇଛି। ଏହା ଦ୍ବାରା ଜନସଂଖ୍ୟାର ସାନ୍ଧ୍ରତା ଏକ ବର୍ଗ କିଲୋମିଟରରେ ୨୭୦ରୁ ୪୮୯କୁ ବୃଦ୍ଧି ପାଇବ।

India Set To Grow Older By 2036 - BW Businessworld
BW Businessworld

ଜନସଂଖ୍ୟାରେ ୧୫-୫୯ବର୍ଷ ବୟସ ବର୍ଗର ୬୨.୪ ପ୍ରତିଶତ ଲୋକ ରହିବେ। ଏହା ସହ ଲିଙ୍ଗ ଅନୁପାତ ୧୦୦୦: ୯୭୯ରୁ ୧୦୦୦:୧୧୯୨କୁ ବୃଦ୍ଧି ପାଇବ, ଅର୍ଥାତ ୧୦୦୦ ପୁରୁଷଙ୍କ ଅନୁପାତରେ  ମହିଳାଙ୍କ ସଂଖ୍ୟା ୧୧୯୨ ହେବ । ପ୍ରଜନନ ହାର କମ ହେବା ସହ ଓଡ଼ିଶାରେ ଜନ୍ମ ହାର କମ ରହିବ। ୨୦୧୧-୧୫ ମଧ୍ୟରେ ଜନ୍ମ ହାର ୧୮.୧ ଥିବା ବେଳେ ୨୦୩୧-୩୫ମଧ୍ୟରେ ଜନ୍ମ ହାର ୧୩.୭ ରହିବ। ସେହିଭଳି ୨୦୧୧-୧୫ ମଧ୍ୟରେ ଶିଶୁ ମୃତ୍ୟୁ ହାର ୫୩ ରହିଥିବା ବେଳେ ୨୦୩୧-୩୫ମଧ୍ୟରେ ଏହି ହାର କମ ହୋଇ ୩୫ରେ ପହଞ୍ଚିବ।

ସମ୍ବନ୍ଧିତ ଖବର