ମାର୍ଚ୍ଚ ମାସରୁ ଦିଆଯିବ ୫୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ଲୋକଙ୍କୁ କରୋନା ଟିକା

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣରୁ ରକ୍ଷା ପାଇ ପାଇଁ ଟିକାକରଣ ଅଭିଯାନ ଜାରି ରହିଛି। ଦେଶରେ ବର୍ତ୍ତମାନ ସ୍ବାସ୍ଥ୍ୟକର୍ମୀ, ଫ୍ରଣ୍ଟଲାଇନ ୱାର୍କରଙ୍କୁ ଟିକା ଦିଆଯାଉଛି। ଏହା ବ୍ୟତୀତ ୫୦ବର୍ଷରୁ ଅଧିକ ବର୍ଷର ଲୋକଙ୍କୁ ୨୦୨୧ ମାର୍ଚ୍ଚରୁ ଟିକା ଦେବା ଆରମ୍ଭ କରାଯିବ। ଏଥିରେ ସେହି ଲୋକମାନେ ବି ସାମିଲ ରହିଛନ୍ତି ଯେଉଁମାନେ ଗମ୍ଭୀର ରୋଗରେ ଆକ୍ରାନ୍ତ ହେବା ସହିତ ସେମାନଙ୍କ ବୟସ ୨୦ରୁ ୫୦ ମଧ୍ୟରେ ରହିଛି। ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନର ନିର୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ ଶୁକ୍ରବାର ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ଏଥିସହିତ ରଣଦୀପ ଗୁଲେରିଆ କହିଛନ୍ତି କି, ଟିକା ଦେବାର ପ୍ରାଥମିକତା ଏହି କଥା ଉପରେ ନିର୍ଭର କରୁଛି କି ବ୍ୟକ୍ତିଙ୍କ ବୟସ କେତେ ରହିଛି? ସେ କୌଣସି ଗମ୍ଭୀର ରୋଗରେ ପୀଡିତ ନାହାନ୍ତି ତ?

ଦେଶରେ ଚଳିତ ମାସରେ ତୃତୀୟ ଥର ୧୦,୦୦୦ରୁ ତଳେ କରୋନା ସଂକ୍ରମଣ ମାମଲା ରହିଛି। କରୋନା ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ଫେବ୍ରୁଆରିରେ ସପ୍ତମ ଥର ୧୦୦ରୁ ତଳେ ରହିଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟଙ୍କ ମୁତାବକ, ଗୋଟିଏ ଦିନରେ ଦେଶରେ କରୋନା ସଂକ୍ରମଣର ୯,୩୦୯ଟି ମାମଲା ସାମ୍ନାକୁ ଆସିବା ପ‌ରେ ଦେଶରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇ ୧,୦୮,୮୦,୬୦୩ରେ ପହଞ୍ଚିଛି।

କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରାଳୟର ଅପଡେଟ ରିପୋର୍ଟ ଅନୁସାରେ, କରୋନାରେ ଅକ୍ରାନ୍ତ ହୋଇ ୭୮ଜଣଙ୍କ ମୃତ୍ୟୁ ହେବାପରେ ଏହି ସଂଖ୍ୟା ୧,୫୫,୪୪୭ରେ ପହଞ୍ଚିଛି। ସେହିପରି ଦେଶରେ ସଂକ୍ରମିତ ହୋଇଥିବା ଲୋକଙ୍କ ମଧ୍ୟରୁ ଏଯାବତ ୧,୦୫,୮୯,୨୩୦ଜଣ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର