୨ ଘଣ୍ଟା ଧରି ଦୋକାନ ସାମ୍ନାରେ ଲାଗିଥିବା ସ୍କ୍ରିନ୍‌ରେ ଚାଲିଲା ପର୍ଣ୍ଣ ଭିଡିଓ, ପରେ ସାମ୍ନାକୁ ଆସିଲା କାରଣ

ନୂଆଦିଲ୍ଲୀ : ଅକ୍‌ଲାଣ୍ଡର କୁଇନ୍‌ ଷ୍ଟ୍ରିଟ୍‌ରେ ଏକ ଅଜବ ଘଟଣା ଘଟିଛି । ବିଭିନ୍ନ ପ୍ରକାରର ଜୋତାର ବିଜ୍ଞାପନ ପାଇଁ ଦୋକାନ ବାହାରେ ଲାଗିଥିବା ସ୍କ୍ରିନ୍‌ରେ ହଠାତ୍‌ ପର୍ଣ୍ଣ ଭିଡିଓ ଚାଲିବା ଦେଖି ଦୋକାନୀଙ୍କ ସମତେ ସେଇ ବାଟ ଦେଇ ଯାଉଥିବା ଲୋକଙ୍କୁ ଏହି ଦୃଶ୍ୟ ଆଶ୍ଚର୍ଯ୍ୟ କରିଥିଲା । ୨ଘଣ୍ଟା କାଳ ସ୍କ୍ରିନ୍‌ରେ ପର୍ଣ୍ଣ ଭିଡିଓ ଚାଲିଥିଲେ ମଧ୍ୟ ଦୋକାନରେ କାମ କରୁଥିବା କର୍ମଚାରୀ ବାହାରେ ଚାଲୁଥିବା ଭିଡିଓକୁ ନେଇ ଅବଗତ ନ ଥିଲେ । ପରେ ଜାଣିବା ପରେ ସ୍କ୍ରିନ୍‌କୁ ହ୍ୟାକ୍‌ କରାଯାଇ ଏଭଳି କରାଯାଇଥିବା ନେଇ ଏସ୍‌ଆଇସିଏସ୍‌(ଅନିମା ସାନା ଇନ୍‌ କୋର୍‌ପୋରେ ସାନୋ) ଦୋକାନ ପକ୍ଷରୁ କୁହାଯାଇଛି ।

NDTV.com

ସୂଚନା ମୁତାବକ, ଏହି ଭିଡିଓ ଚାଲିଥିବା ବେଳେ କିଛି ଲୋକ ଏହାକୁ ଦେଖି ଆଶ୍ଚର୍ଯ୍ୟ ହେଉଥିବା ବେଳେ କିଛି ଠିଆ ହୋଇ ଦେଖିଥିଲେ ବୋଲି କହିଛନ୍ତି ଡେ୍ଵନ୍‌ ହିନାଗାନେ ନାମକ ଜଣେ ସିକ୍ୟୁରିଟି ଅଫିସର । ଡେ୍ଵନ୍‌ ହିନାଗାନେ ଏଭଳି ଅଶ୍ଳୀଳ ଭିଡିଓ ଦେଖି ତୁରନ୍ତ ଏସ୍‌ଆଇସିଏସ୍‌ ମାଲିକକୁ ଏ ନେଇ ଜଣାଇବା ପରେ ସ୍କ୍ରିନ୍‌କୁ ବନ୍ଦ କରାଯାଇଥିଲା ।

ସମ୍ବନ୍ଧିତ ଖବର