କରୋନା ସହ ବଢ଼ୁଛି ଅଶ୍ଲୀଳ ଚିତ୍ର ଦର୍ଶନ : ଭାରତରେ ନଗ୍ନ ୱେବ୍‌ସାଇଟ୍‌ ଅନ୍ବେଷଣ ୯୫% ବୃଦ୍ଧି

ନୂଆଦିଲ୍ଲୀ : ସମ୍ପ୍ରତି କରୋନା ମୁକାବିଲା ପାଇଁ ସଚେତନ ଦେଶବାସୀ ସାମାଜିକ ଦୂରତ୍ବ ବଜାୟ ଉେଦ୍ଦଶ୍ୟରେ ନିଜ ଘରେ ଏକରକମ ଗୃହବନ୍ଦୀ ଜୀବନ ବିତାଉଛନ୍ତିା ତେବେ ଏହି ଅବସରରେ ସେମାନେ ମାତ୍ରାଧିକ ଅଶ୍ଲୀଳ ୱେବ୍‌ସାଇଟ୍‌ ଖୋଲୁଥିବା ଏକ ସବେର୍କ୍ଷଣରୁ ଜଣାଯାଇଛିା ଏପରିକି ଏଭଳି ୱେବ୍‌ସାଇଟ୍‌ ପରିଚାଳନାରେ ସରକାରୀ ପ୍ରତିବନ୍ଧକ ଲାଗିଥିବା ସତ୍ତ୍ବେ ଗତ ମାସ ତୁଳନାରେ ଉତ୍ସୁକ ଦର୍ଶକମାନଙ୍କ ନଗ୍ନ ୱେବ୍‌ସାଇଟ୍‌ ଅନ୍ବେଷଣ ୯୫ ପ୍ରତିଶତ ବୃଦ୍ଧି ଘଟିଛିା

ସୂଚନାଥାଉ କି, ସ୍ମାର୍ଟଫୋନ୍ ବ୍ୟବହାରରେ ଭାରତ ଏବେ ବିଶ୍ବରେ ଅନ୍ୟତମ ଅଗ୍ରଣୀ ଦେଶ ହୋଇଥିବା ବେଳେ ଏହାର ବ୍ୟବହାରକାରୀମାନେ ୱେବ୍‌ସାଇଟ୍‌ ସୁଗମ ଉପଲବ୍ଧିକୁ ବିନିଯୋଗ କରି ଏପରି ମୁଖ୍ୟତଃ ଅଶ୍ଲୀଳ ଚିତ୍ର ଦେଖିବା ବୁଦ୍ଧିଜୀବୀମାନଙ୍କୁ ଚକିତ କରିଛିା ଏପରିକି ଅନେକ ଟେଲିଫୋନ୍ ଅପରେଟର ମାତ୍ରାଧିକ ଅଶ୍ଲୀଳ ୱେବ୍‌ସାଇଟ୍‌ ଉପଲବ୍ଧିରେ ରୋକ ଲଗାଇଥିବା ବେଳେ ଆଗ୍ରହୀ ଦର୍ଶକମାନେ ଅନ୍ୟାନ୍ୟ ସୂତ୍ରରୁ ସେସବୁ ଉପଭୋଗ କରିବାରେ ମାହିର୍ ହୋଇପଡି଼ଛନ୍ତି।

ମୋଟାମୋଟି ଭାବେ ଦେଶରେ ଗତ ତିନି ସପ୍ତାହର ଲକ୍‌ଡାଉନ୍‌ ପରିସ୍ଥିତି ଅବସରରେ ୯୫% ଅଧିକ ଅଶ୍ଲୀଳ ୱେବ୍‌ସାଇଟ୍‌ ଖୋଲାଯାଇଥିବା ଜାଣିବାକୁ ମିଳିଛିା ଅନ୍ୟ ଦେଶ ତୁଳନାରେ ସମାନ ପରିସ୍ଥିତିରେ ଭାରତୀୟ ଦର୍ଶକମାନେ ହିଁ ଏପରି କରିବାରେ ଆଗରେ ଅଛନ୍ତିା ସୂଚନାଯୋଗ୍ୟ, ଏପରି ଲକ୍‌ଡାଉନ୍‌ ବେଳେ ସ୍ପେନ୍ ଦର୍ଶକମାନେ ୬୦% ଅଧିକ ନଗ୍ନ ୱେବ୍‌ସାଇଟ୍‌ ଖୋଲିଥିବା ବେଳେ ଇଟାଲୀରେ ୫୫%, ଫ୍ରାନ୍ସରେ ୪୦% ଏବଂ ଜର୍ମାନୀରେ ୨୫% ଅଧିକ ରହିଛିା

ସମ୍ବନ୍ଧିତ ଖବର