ଜଳ ପୁରସ୍କାର ଆବେଦନ ପାଇଁ ଖୋଲିଲା ପୋର୍ଟାଲ୍‌

ଭୁବନେଶ୍ବର : ଜଳ ଶକ୍ତି ମନ୍ତ୍ରାଳୟ ଜଳ ସମ୍ବଳ, ନଦୀ ବିକାଶ ଓ ଗଙ୍ଗା ସଂରକ୍ଷଣ ବିଭାଗ ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ୍‌ରେ ଚତୁର୍ଥ ରାଷ୍ଟ୍ରୀୟ ଜଳ ପୁରସ୍କାରର ସୂଚନା ଦେଇଛନ୍ତି। ସମସ୍ତ ଆବେଦନ କେବଳ ଅନଲାଇନ୍ ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ୍ (www.awards.gov.in) ମାଧ୍ୟମରେ ଗ୍ରହଣ କରାଯିବ। ଅଧିକ ବିବରଣୀ ପାଇଁ ଜନସାଧାରଣ ଏହି ପୋର୍ଟାଲ୍ ବା ଏହି ବିଭାଗର ୱେବସାଇଟ୍ (www.jalshakti-dowr.gov.in) ଦେଖି ପାରିବେ। ଆବେଦନ ଦାଖଲ କରିବାର ଶେଷ ତାରିଖ ୧୫ ସେପ୍ଟେମ୍ବର ୨୦୨୨ ରହିଛି।

ଏହି ପୁରସ୍କାର ପାଇଁ କୌଣସି ରାଜ୍ୟ, ଜିଲ୍ଲା, ଗ୍ରାମ ପଞ୍ଚାୟତ, ସହରୀ ସ୍ଥାନୀୟ ସଂସ୍ଥା, ମିଡିଆ, ସ୍କୁଲ୍, ସଂସ୍ଥା, ଉଦ୍ୟୋଗ, ବେସରକାରୀ ସଙ୍ଗଠନ ବା ଜଳ ଉପଯୋଗକାରୀ ସଂଘ ଯେଉଁମାନେ ଜଳ ସଂରକ୍ଷଣ ଏବଂ ପରିଚାଳନା କ୍ଷେତ୍ରରେ ଅନୁକରଣୀୟ କାର୍ଯ୍ୟ କରିଛନ୍ତି, ସେମାନେ ଆବେଦନ କରିବା ପାଇଁ ଯୋଗ୍ୟ। ‘ସର୍ବଶ୍ରେଷ୍ଠ ରାଜ୍ୟ’ ଓ ‘ସର୍ବଶ୍ରେଷ୍ଠ ଜିଲ୍ଲା’ ବର୍ଗରେ ବିଜେତାମାନଙ୍କୁ ଟ୍ରଫି ଏବଂ ପ୍ରଶଂସାପତ୍ର ପ୍ରଦାନ କରି ସମ୍ମାନିତ କରାଯିବ। ଅନ୍ୟ ଶ୍ରେଣୀରେ ‘ସର୍ବଶ୍ରେଷ୍ଠ ଗ୍ରାମ ପଞ୍ଚାୟତ’, ‘ସର୍ବଶ୍ରେଷ୍ଠ ସହରୀ ସ୍ଥାନୀୟ ସଂସ୍ଥା’, ‘ସର୍ବଶ୍ରେଷ୍ଠ ମିଡିଆ’, ‘ସର୍ବଶ୍ରେଷ୍ଠ ସ୍କୁଲ୍‌’, ‘କ୍ୟାମ୍ପସ ଉପଯୋଗ ପାଇଁ ସର୍ବଶ୍ରେଷ୍ଠ ସଂସ୍ଥାନ’, ‘ସର୍ବଶ୍ରେଷ୍ଠ ଉଦ୍ୟୋଗ’, ‘ସର୍ବଶ୍ରେଷ୍ଠ ଏନଜିଓ’, ‘ସର୍ବଶ୍ରେଷ୍ଠ ଜଳ ଉପଯୋଗକାରୀ ଆସୋସିଏସନ୍’ ଏବଂ ‘ସିଏସ୍‌ଆର କାର୍ଯ୍ୟ ପାଇଁ ସର୍ବଶ୍ରେଷ୍ଠ ଉଦ୍ୟୋଗ’, ବିଜେତାମାନଙ୍କୁ ଟ୍ରଫି ଏବଂ ପ୍ରଶସ୍ତି ପତ୍ର ସହିତ ନଗଦ ପୁରସ୍କାର ଦ୍ବାରା ସମ୍ମାନିତ କରାଯିବ। ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ପାଇଥିବା ବିଜେତାମାନଙ୍କ ପାଇଁ ନଗଦ ପୁରସ୍କାର ଯଥାକ୍ରମେ ଦୁଇ ଲକ୍ଷ ଟଙ୍କା, ଦେଢ଼ ଲକ୍ଷ ଟଙ୍କା ଏବଂ ଏକ ଲକ୍ଷ ଟଙ୍କା ରହିଛି।
ଚତୁର୍ଥ ରାଷ୍ଟ୍ରୀୟ ଜଳ ପୁରସ୍କାର ପାଇଁ ପ୍ରାପ୍ତ କରାଯାଇଥିବା ସମସ୍ତ ଆବେଦନକୁ ଜଳ ସମ୍ବଳ, ନଦୀ ବିକାଶ ଏବଂ ଗଙ୍ଗା ସଂରକ୍ଷଣ ବିଭାଗ ଦ୍ବାରା ଗଠିତ ଜୁରି ସମିତି ନିକଟରେ ଉପସ୍ଥାପନ କରାଯିବ। ଜୁରି ସମିତି ଯେଉଁ ସୁପାରିସ କରିବେ, ସେହି ଅନୁସାରେ ପୁରସ୍କାର ପ୍ରଦାନ କରାଯିବ। ସମିତିର ସୁପାରିସ ଅନୁମୋଦନ ପାଇଁ କେନ୍ଦ୍ରୀୟ ଜଳ ଶକ୍ତି ମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରାଯାଇଥାଏ। ଏହା ପରେ ବିଜେତାମାନଙ୍କ ନାମ ଘୋଷଣା ଏକ ଉପଯୁକ୍ତ ତାରିଖରେ କରାଯାଇଥାଏ।

ସମ୍ବନ୍ଧିତ ଖବର