ନୂଆଦିଲ୍ଳୀ: ବୁଧବାର ଦିଲ୍ଲୀରେ ଘଟିଯାଇଛି ଏକ ମର୍ମନ୍ତୁଦ ଦୁର୍ଘଟଣା। ଦିଲ୍ଲୀର କରୋଲ ବାଗ ଅଞ୍ଚଳରେ ଦୁଇ ମହଲା ବିଶିଷ୍ଟ ଏକ ଆବାସିକ କୋଠାର ଏକ ଅଂଶ ଭୁଶୁଡି ପଡିଛି। ଏହି କାନ୍ଥ ଭୁଶୁଡ଼ି ପଡ଼ିବା ପରେ ଅନେକ ଲୋକ ସେଠାରେ ଫସିଯିବାର ଅନୁମାନ କରାଯାଉଛି।
ତେବେ ଏହି ଦୁଘର୍ଟଣା ଘଟିବା ପରେ ଏହାକୁ ନେଇ ତଦନ୍ତ ଆରମ୍ଭ ହୋଇଛି ଓ ଉଦ୍ଧାର କାର୍ଯ୍ୟରେ ସହାୟତା କରିବାକୁ ଦିଲ୍ଲୀ ଅଗ୍ନିଶମ ସେବା ଘଟଣାସ୍ଥଳରେ ପାଞ୍ଚଟି ଅଗ୍ନିଶମ ବାହିନୀକୁ ନିୟୋଜିତ କରିଥିବା ସୂଚନ ରହିଛି।
ଜାତୀୟ ରାଜଧାନୀକୁ ପ୍ରବଳ ବର୍ଷା ଜାରି ରହିଥିବାରୁ ଏପରି ଘଟିଥିବା ପ୍ରାଥମିତ ତଦନ୍ତରୁ ଜଣାପଡ଼ିଛି। ଗତ ମାସରେ ସମାନ ଘଟଣା ଘଟିଥିଲା। ଦିଲ୍ଲୀର ମଡେଲ ଟାଉନରେ ପ୍ରବଳ ବର୍ଷା ସମୟରେ ପୁନନିର୍ମାଣ ପାଇଁ ଭାଙ୍ଗି ଦିଆଯାଉଥିବା ଏକ କୋଠାଘର ଭୁଶୁଡ଼ିବା ପରେ ତିନି ଜଣ ଆହତ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/KhFKzyaZlMMnASVelxXK.jpg)