ପ୍ରତି ୫ରୁ ୨ଜିଲ୍ଲାରେ ପଜିଟିଭ ହାର ୨୦%ରୁ ଅଧିକ

ତୃତୀୟ ଲହର ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି ଲୋଡ଼ା: ନିତି ଆୟୋଗ
କୋଭିଡ୍‌ର ଦ୍ବିତୀୟ ବର୍ଷ ଅଧିକ ଘାତକ ହେବ: ହୁ

ନୂଆଦିଲ୍ଲୀ : କରୋନା ମହାମାରୀ ଆଉ ବଡ଼ ସହର ମଧ୍ୟରେ ସୀମିତ ହୋଇ ରହିନାହିଁ। ଦେଶର ଛୋଟ ସହର ଏବଂ ଗ୍ରାମାଞ୍ଚଳକୁ ମଧ୍ୟ ଏହା ଭୟଙ୍କର ଭାବେ ପରିବ୍ୟାପ୍ତ ହୋଇସାରିଲାଣି। ଦେଶର ପ୍ରତି ୫ଟିରୁ ୨ ଜିଲ୍ଲାରେ କରୋନା ପଜିଟିଭ ହାର ୨୦ ପ୍ରତିଶତ ବା ତା’ଠାରୁ ଅଧିକ ରହିଛି। ଦେଶର ୭୪୧ଟି ଜିଲ୍ଲା ମଧ୍ୟରୁ ୪୦ ପ୍ରତିଶତରୁ ଅଧିକ ଜିଲ୍ଲା (୩୦୧)ରେ କରୋନା ପଜିଟିଭ ହାର ୨୦ ପ୍ରତିଶତ କିମ୍ବା ତାଠାରୁ ଅଧିକ ରହିଛି। ମେ ପହିଲାରୁ ୭ ତାରିଖ ମଧ୍ୟରେ ଉପରୋକ୍ତ ଜିଲ୍ଲାରେ କରୋନା ପଜିଟିଭ ହାର ଏପରି ରହିଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟରୁ ଜଣାଯାଇଛି। ନିତି ଆୟୋଗ ମଧ୍ୟ ଚେତାଇ ଦେଇଛନ୍ତି ଯେ ଏବେ କରୋନାରୁ ନିସ୍ତାର ନାହିଁ ଏବଂ ଆଗକୁ ପୁଣି ଦ୍ବିତୀୟ ଲହରର ଆଉ ଏକ ଶୀର୍ଷ ଦେଖିବାକୁ ମିଳିପାରେ। ଜାତୀୟ ଏବଂ ରାଜ୍ୟସ୍ତରରେ ଅନେକ ସୁଦୃଢ଼ ପଦକ୍ଷେପ ନେବାକୁ ହେବ ଏବଂ ଏହା ଦ୍ବାରା ତୃତୀୟ ଲହରକୁ ମୁକାବିଲା କରିହେବ ବୋଲି ନିତି ଆୟୋଗ ସଦସ୍ୟ ଡ. ଭି.କେ. ପଲ୍‌ କହିଛନ୍ତି। ଆଜି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ଡ. ଟେଡ୍ରସ ଅାଧନାମ ଗେବ୍ରିୟେସସ୍‌ କହିଛନ୍ତି ଯେ କୋଡିର ଦ୍ବିତୀୟ ବର୍ଷ ପୂରା ବିଶ୍ବ ପାଇଁ ପ୍ରଥମ ବର୍ଷଠାରୁ ଅଧିକ ଘାତକ ହେବା ଆଶଙ୍କା ରହିଛି।

ଏହି ସପ୍ତାହ ମଧ୍ୟରେ ଯେଉଁ ୧୫ଟି ଜିଲ୍ଲାରେ ପଜିଟିଭ ହାର ୫୦ ପ୍ରତିଶତରୁ ଅଧିକ ରହିଛି ସେଥିରୁ ହରିୟାଣାରେ ଚାରିଟି ଏବଂ ଅରୁଣାଚଳ ପ୍ରଦେଶ ଓ ରାଜସ୍ଥାନରେ ଦୁଇଟି ଲେଖାଏଁ ଜିଲ୍ଲା ରହିଛି।

ସମ୍ବନ୍ଧିତ ଖବର