ନୂଆଦିଲ୍ଲୀ : ଦିଲ୍ଲୀରେ କରୋନା ପଜିଟିଭ୍‌ ହାର ବଢ଼ୁଛି। ସପ୍ତାହକ ମଧ୍ୟରେ ଦିଲ୍ଲୀରେ ପଜିଟିଭ୍‌ ହାର ୦.୫ ପ୍ରତିଶତରୁ ୨.୭୦ ପ୍ରତିଶତରେ ପହଞ୍ଚିଛି। ୨ ମାସରେ ଏହା ସହରର ସର୍ବାଧିକ ପଜିଟିଭ୍‌ ହାର। ଗତ ଫେବ୍ରୁଆରି ୫ରେ ଦିଲ୍ଲୀରେ ପଜିଟିଭ୍‌ ହାର ୨.୮୭ ପ୍ରତିଶତ ଥିଲା। ଡାକ୍ତରମାନେ କହିଛନ୍ତି, ଏଥିରେ ଭୟ କରିବାର କିଛି ନାହିଁ କିନ୍ତୁ ଲୋକଙ୍କୁ ସତର୍କ ହେବାକୁ ପଡ଼ିବ । ଇତି ମଧ୍ୟରେ ଗାଜିଆବାଦରେ ଦୁଇଟି ଘରୋଇ ସ୍କୁଲ୍‌ରେ ଛାତ୍ରଙ୍କ ମଧ୍ୟରେ ସଂକ୍ରମଣ ବଢ଼ିବାରୁ ୨ଟି ସ୍କୁଲ୍‌ ବନ୍ଦ ହୋଇଛି। ୩ ଜଣ ଶିକ୍ଷକଙ୍କ ସମେତ ୧୩ ଜଣ ଛାତ୍ର ଏଠାରେ ସଂକ୍ରମିତ ହେବା ପରେ ବ୍ୟାପକ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି। ସେହିପରି ଗୁଜରାଟର ଜାତୀୟ ଆଇନ ବିଶ୍ବବିଦ୍ୟାଳୟରେ ମାତ୍ର ୬ ଦିନ‌ରେ ୬୪ ଛାତ୍ର ସଂକ୍ରମିତ ହୋଇଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଆଜି ଦେଶର ବରିଷ୍ଠ ବିଶେଷଜ୍ଞମାନଙ୍କ ସହ ନୂଆ ‘ଏକ୍ସଇ’ ପ୍ରଜାତି ସଂକ୍ରାନ୍ତରେ ଆଲୋଚନା କରିଛନ୍ତି। ଅଧିକ ‌ଗବେଷଣା କରିବାପାଇଁ ମାଣ୍ଡଭୀୟ ଅଧିକାରୀମାନଙ୍କୁ କହିଛନ୍ତି। ww