ଡାକ୍ତରଙ୍କୁ ପରାମର୍ଶ ନ କରାଇ ଦୋକାନରୁ ଔଷଧ ନେଇ ଖାଇବା ପରେ ଜ୍ୱରରେ ପଡ଼ିଥିବା ନାବାଳିକାର ଖରାପ ହୋଇଗଲା କିଡ୍‌ନି

ଅମୃତସର : ଅମୃତସରର ଗୁରୁଦାସପୁରରେ ଘଟିଥିବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସାମାନ୍ୟ ଜ୍ୱରରୁ କିଡ଼୍‍ନି ଖରାପ ହେବା ଘଟଣା ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଛି । ଗୁରୁଦାସପୁରରେ ମୁସ୍କାନ ନାମକ ଜଣେ ନାବାଳିକାକୁ ଜ୍ୱର ହୋଇଥିବା ବେଳେ ଘର ଲୋକେ ପାଖ ଦୋକାନରୁ ଔଷଧ ଆଣି ଖୁଆଇ ଥିଲେ । କିନ୍ତୁ ତାଙ୍କୁ ଜଣା ନଥିଲା କି ଡ଼ାକ୍ତରଙ୍କ ବିନା ପରାମର୍ଶରେ ଔଷଧ ଖାଇବା ତାଙ୍କୁ ଏତେ ଭାରୀ ପଡ଼ିବ । ଏହି ଔଷଧ ଖାଇବା ପରେ ମୁସ୍କାନଙ୍କର ଦୁଇଟି ଯାକ କିଡ଼୍‍ନି ଖରାପ ହୋଇ ଯାଇଥିବା ବେଳେ ଏବେ ତାଙ୍କ ମା’ କିଡ଼୍‍ନି ଦାନ କରି ନୂଆ ଜୀବନ ଦେବା ପାଇଁ ଯାଉଥିବା ଜଣା ପଡ଼ିଛି ।

www.yourdictionary.org

ମୁସ୍କାନଙ୍କ ମା’ଙ୍କ କହିବା ଅନୁଯାୟୀ, ସବୁ ଠିକ୍‌ ଚାଲୁଥିବା ବେଳେ ମୁସ୍କାନକୁ ଗୋଟେ ଦିନ ହାଲୁକା ଜ୍ୱର ହୋଇଥିଲା । ତା’ର ଅବସ୍ଥା ଦେଖି ଆମେ ପାଖ ଔଷଧ ଦୋକାନରୁ ଔଷଧ ଆଣି ତାକୁ ଖାଇବାକୁ ଦେଇଥିଲୁ । ସେ ଔଷଧ ଖାଇବା ପରେ ଜ୍ୱର କମିବା ପରିବର୍ତ୍ତେ ବଢ଼ି ଯାଇଥିଲା ।ଏଥି ପାଇଁ ଆମେ ପୁଣି ଅଧିକ ପାଓ୍ଵାର ଔଷଧ ଆଣି ମୁସ୍କାନକୁ ଦେଇଥିଲୁ । କିଛି ଦିନ ପର୍ଯ୍ୟନ୍ତ ତା’ର ଦେହ ଠିକ୍‌ ନ ହେବାରୁ ଆମେ ସ୍ଥାନୀୟ ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲୁ । ସେଠାରେ ଯାଞ୍ଚ କରାଇବା ପରେ ମୁସ୍କାନର ଦୁଇଟି କିଡ଼୍‍ନି ଖରାପ ଥିବା ଜଣା ପଡ଼ିଥିଲା ।

ସମ୍ବନ୍ଧିତ ଖବର