ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ନେଇ ପୂର୍ବରୁ ଅନୁଷ୍ଠିତ ହୋଇଯାଇଛି ସୁପର କ୍ୟାବିନେଟ୍ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସ ଭବନରେ ୪ ଗୁରୁତ୍ବପୂର୍ଣ୍ଣ ବୈଠକରେ ଗୃହମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ଉପସ୍ଥିତ ଥିଲେ । ଆଜି ପୁଣି ଅପରାହ୍ଣ ୩ଟାରେ କ୍ୟାବିନେଟ୍ ପକ୍ଷରୁ ଅନୁଷ୍ଠିତ ହେବ ସାମ୍ବାଦିକ ସମ୍ମିଳନୀ। ଏଥିରେ ମୋଦୀ ବଡ ଘୋଷଣା କରିପାରନ୍ତି ବୋଲି ସୂଚନା ରହିଛି ।
ଆଜିର ବୈଠକରେ କିଛି ବଡ଼ ନିଷ୍ପତ୍ତି ନିଆଯାଇପାରେ । ଏହାସହ ଆଉ ଦୁଇଟି ବଡ଼ ବୈଠକ ହେବ। ସିସିପିଏ ଓ କ୍ୟାବିନେଟ୍ ବୈଠକ ମଧ୍ୟ ଆଜି ହେବ। ଏହା ପୂର୍ବରୁ ଗତକାଲି ବସିଥିବା ବୈଠକରେ ସେନାକୁ ପୂର୍ଣ୍ଣ ସ୍ବାଧୀନତା ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଆକ୍ରମଣ ପାଇଁ ସମୟ, ଟାର୍ଗେଟ, ଶୈଳୀ ସ୍ଥିର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ, ଏନଏସଏ, ସିଡିଏସ ଓ ତିନି ସେନାମୁଖ୍ୟଙ୍କ ସହ ମୋଦୀ ଓ ଶାହାଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ହୋଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/04/30/xdIBMMpXHLoewI0FNQLE.jpg)