ଡାକ ବିଭାଗ ୧୦ ଦିନରେ ୧ କୋଟିରୁ ଅଧିକ ଜାତୀୟ ପତାକା ବିକ୍ରି କରିଛି

ନୂଆଦିଲ୍ଲୀ : ଡାକ ବିଭାଗ ନିଜର ୧.୫ ଲକ୍ଷ ଡାକ ଘରର ସର୍ବବ୍ୟାପୀ ନେଟ୍‌ୱର୍କ ସହିତ ଦେଶର ପ୍ରତ୍ୟେକ ନାଗରିକଙ୍କୁ ‘ହର ଘର ତିରଙ୍ଗା’ (ଘରେ ଘରେ ତ୍ରିରଙ୍ଗା) କାର୍ଯ୍ୟକ୍ରମରେ ସାମିଲ କରୁଛି। ୧୦ ଦିନର ସ୍ୱଳ୍ପ ଅବଧି ମଧ୍ୟରେ ଡାକ ବିଭାଗ ଲୋକମାନଙ୍କୁ ୧ କୋଟିରୁ ଅଧିକ ଜାତୀୟ ପତାକା ବିକ୍ରି କରିଛି। ଏହି ଜାତୀୟ ପତାକାକୁ ବିଭାଗ ଦ୍ୱାରା ମାତ୍ର ୨୫ ଟଙ୍କା ମୂଲ୍ୟରେ ବିକ୍ରି କରାଯାଉଛି। ଅନ୍‌ଲାଇନ୍‌ରେ ଡାକ ବିଭାଗ ସାରା ଦେଶର କୌଣସି ବି ଠିକଣାରେ ଏହାକୁ ଡେଲିଭରି ଦେୟ ନ ନେଇ ସିଧାସଳଖ ପହଂଚାଇଛି। ଇ-ଡାକଘର ସୁବିଧା ମାଧ୍ୟମରେ ଲୋକମାନେ ଅନ୍‌ଲାଇନ୍‌ରେ ୧.୭୫ ଲକ୍ଷରୁ ଅଧିକ ପତାକା କ୍ରୟ କରିଛନ୍ତି।

ପ୍ରଭାତ ଫେରି, ମୋଟର ସାଇକେଲ୍ ରାଲି, ଚୌପାଲ ସଭା (ଗାଁ ସଭା)ଗୁଡିକ ମାଧ୍ୟରେ, ଭାରତୀୟ ଡାକ ସମାଜର ସମସ୍ତ ବର୍ଗ ମଧ୍ୟରେ ‘ହର ଘର ତିରଙ୍ଗା’ର ବାର୍ତା ପହଂଚାଇଛି। ଡିଜିଟାଲ୍ ରୂପରେ ଯୋଡି ହୋଇଥିବା ଲୋକମାନଙ୍କ ମଧ୍ୟରେ ଏହି ବାର୍ତାକୁ ବ୍ୟାପକ କରିବା ନିମନ୍ତେ ଟ୍ୱିଟର ଏବଂ ଫେସ୍‌ବୁକ୍ ଭଳି ସାମାଜିକ ମାଧ୍ୟମକୁ ଉପକରଣ ଭାବରେ ବ୍ୟବହାର କରାଯାଇଛି।

ଡାକଘରଗୁଡିକ ମାଧ୍ୟମରେ ଜାତୀୟ ପତାକାର ବିକ୍ରି ୧୫ ଅଗଷ୍ଟ ୨୦୨୨ ପର୍ଯ୍ୟନ୍ତ ଖୋଲା ରହିଛି। ନାଗରିକମାନେ ନିକଟତମ ଡାକଘରକୁ ଯାଇ ଏହାକୁ କ୍ରୟ କରିପାରିବେ କିମ୍ବା ଇ-ଡାକଘର (epostoffice.gov.in) ମାଧ୍ୟମରେ ମଗାଇପାରିବେ। ନାଗରିକମାନେ ପତାକା ସହିତ ନିଜର ଏକ ସେଲ୍ଫି ନେଇ ପାରିବେ ଏବଂ ତାହାକୁ www.harghartiranga.comରେ ଅପଲୋଡ୍ କରିପାରିବେ।

ସମ୍ବନ୍ଧିତ ଖବର