ନିର୍ବାଚନ ପରବର୍ତ୍ତୀ ହିଂସା, ମୃତକଙ୍କ ଡିଏନ୍‌ଏ ଟେଷ୍ଟ ହେବ: ହାଇକୋର୍ଟ

କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପରବର୍ତ୍ତୀ ହିଂସାରେ ମୃତ ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହ ଜଡ଼ିତ ମାମଲାରେ କୋଲକାତା ହାଇକୋର୍ଟ ଆଜି ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି। ହାଇକୋର୍ଟର ୫ ଜଣିଆ ଖଣ୍ଡପୀଠ ନିର୍ବାଚନୀ ହିଂସାରେ ମୃତ ବିଜେପି କାର୍ଯ୍ୟକର୍ତ୍ତା ଅଭିଜିତ ସରକାରଙ୍କ ଡିଏନ୍‌ଏ ଟେଷ୍ଟ କରାଇବାକୁ ଆଦେଶ ଦେଇଛନ୍ତି। ୭ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଚନ୍ତି। ଏହା ପୂର୍ବରୁ କୋଲକାତା ହାଇକୋର୍ଟରେ ଅଭିଜିତ ସରକାରଙ୍କ ଶବକୁ ଦ୍ବିତୀୟ ଥର ବ୍ୟବଚ୍ଛେଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କାରଣ ଅଭିଜିତଙ୍କ ଭାଇ ବିଶ୍ବଜିତ ତାଙ୍କ ଭାଇଙ୍କ ଶବକୁ ଚିହ୍ନଟ କରିପାରି ନଥିଲେ। କମାର୍ଡ ହସ୍ପିଟାଲ ଡିଏନ୍‌ଏ ସାମ୍ପଲ ସଂଗ୍ରହ କରି ଆନାଲିସିସ୍ ପାଇଁ ସେଣ୍ଟ୍ରାଲ ଫରେନ୍‌ସିକ ସାଇନ୍ସ ଲାବୋରେଟରିକୁ ପଠାଇବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର