୭୨ ଦିନ ପରେ କଶ୍ମୀରରେ ଆରମ୍ଭ ହେଲା ପୋ‌ଷ୍ଟ୍‌ ପେଡ୍‌ ମୋବାଇଲ୍‌ ସେବା

ଶ୍ରୀନଗର: ଦୀର୍ଘ ୭୨ ଦିନ ପରେ କଶ୍ମୀରରେ ଆଜି ସମସ୍ତ ନେଟୱର୍କରେ ପୋଷ୍ଟ୍‌ ପେଡ୍‌ ମୋବାଇଲ୍‌ ସେବା ଆରମ୍ଭ ହୋଇଛି। ଧାରା ୩୭୦ ଉଚ୍ଛେଦ ହେବାର ଦୀର୍ଘ ୨ ମାସ ପରେ ସରକାରଙ୍କ ଦ୍ବାରା ଏହି କଟକଣା ହଟାଯାଇଛି। ପ୍ରାୟ ୪୦ ଲକ୍ଷ ପୋଷ୍ଟପେଡ୍‌ ମୋବାଇଲ ଫୋନ୍‌ ଆଜି ଅପରାହ୍ନରୁ କାର୍ଯ୍ୟ କରିବା ଆରମ୍ଭ କରିଛି। ପ୍ରାୟ ୩୦ ଲକ୍ଷ ପ୍ରିପେଡ୍‌ ମୋବାଇଲ୍‌ ଫୋନ୍‌ ଯୋଗାଯୋଗ ଏଯାବତ୍‌ ହୋଇନାହିଁ। ଇଣ୍ଟରନେଟ୍‌ ବି ବାତିଲ ରହିଛି। ଧୀରେଧୀରେ ପ୍ରିପେଡ୍‌ ଏବଂ ଇଣ୍ଟରନେଟ୍‌ ସୁବିଧା ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ସରକାରୀ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି ଯେ ଜମ୍ମୁ କଶ୍ମୀର‌ରେ ପ୍ରାୟ ୭ ନିୟୁତ ମୋବାଇଲ ଫୋନ୍‌ ବ୍ୟବହାରକାରୀ ଅଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ପ୍ରାୟ ୪ ମିଲିଅନ୍‌ ଲୋକ ପୋ‌ଷ୍ଟ ପେଡ୍‌ ଉପଭୋକ୍ତା।

ସମ୍ବନ୍ଧିତ ଖବର