ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପରେ ବିଶ୍ବବଜାରରେ ସୁନା ଦର ହ୍ରାସ ପାଇବାରେ ଲାଗିଛି । ଏହି ହ୍ରାସ ସୁନା ପ୍ରେମୀ ଏବଂ ନିବେଶକଙ୍କ ପାଇଁ ଏକ ବଡ ପ୍ରଶ୍ନ ସୃଷ୍ଟି କରିଛି । ତାହା ହେଉଛି ସୁନା ଆହୁରି ହ୍ରାସ ପାଇବ କି?
ଗୁରୁବାର ଭାରତୀୟ କମୋଡିଟି ବଜାରରେ ସୁନା ଦର ୦.୩୭% ହ୍ରାସ ପାଇ ୭୬,୩୬୯ ଟଙ୍କାରେ ପହଞ୍ଚିଛି । ଗତ ଦୁଇ ଦିନ ମଧ୍ୟରେ ସୁନା ମୂଲ୍ୟରେ ୨,୧୦୦ ଟଙ୍କାର ହ୍ରାସ ଘଟିଛି । ସେହିପରି ରୁପା ମୂଲ୍ୟ ମଧ୍ୟ କିଲୋଗ୍ରାମ ପିଛା ୭୦,୬୦୧ ଟଙ୍କାକୁ ଖସି ଆସିଛି । ଗତକାଲିଠାରୁ ରୁପା କିଲୋଗ୍ରାମ ପିଛା ୪୦୫୦ ଟଙ୍କା ହ୍ରାସ ପାଇଛି । ଟ୍ରମ୍ପଙ୍କ ବିଜୟ କାରଣରୁ ଆମେରିକୀୟ ଡଲାର ର ଶକ୍ତି ଯୋଗୁଁ ଏହି ହ୍ରାସ ଘଟିଛି ।
ସେହିପରି ଭାରତୀୟ ବୁଲିୟନ ଓ ଜୁଏଲର୍ସ ଆସୋସିଏସନ ପକ୍ଷରୁ ଜାରି ଦର ଅନୁସାରେ ଗୁରୁବାର ଖୁଚୁରା ବଜାରରେ ୨୪ କ୍ୟାରେଟ ସୁନାଦର ୭୬୭୮୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନା ଦର ୭୪୯୪୦ ଟଙ୍କା ରହିଛି । ରୁପା ଦର ୯୦୩୬୯ ଟଙ୍କା ରହିଛି ।
ଆମେରିକା ନିର୍ବାଚନରେ ଟ୍ରମ୍ପଙ୍କ ବିଜୟ ପରେ ଆମେରିକୀୟ ଡଲାର ମଜବୁତ ହୋଇଛି। ଡଲାର ମଜବୁତ ହେଲେ ସୁନା ଭଳି ମୂଲ୍ୟବାନ ଧାତୁର ମୂଲ୍ୟ ହ୍ରାସ ପାଇବାରେ ଲାଗିଥାଏ । ଏହା ହେଉଛି ଏକ ସାଧାରଣ ବଜାରର ନିୟମ । କାରଣ ନିବେଶକମାନେ ଡଲାରରେ ଅଧିକ ନିବେଶ କରନ୍ତି ।
ଟ୍ରମ୍ପଙ୍କ ବିଜୟ ପରେ ସୁଦୃଢ ହୋଇଛି ଡଲାର
ଆମେରିକା ନିର୍ବାଚନରେ ଟ୍ରମ୍ପଙ୍କ ବିଜୟ ପରେ ଆମେରିକୀୟ ଡଲାର ମଜବୁତ ହୋଇଛି। ଡଲାର ମଜବୁତ ହେଲେ ସୁନା ଭଳି ମୂଲ୍ୟବାନ ଧାତୁର ମୂଲ୍ୟ ହ୍ରାସ ପାଇବାରେ ଲାଗିଥାଏ । ଏହା ହେଉଛି ଏକ ସାଧାରଣ ବଜାରର ନିୟମ । ଟ୍ରମ୍ପଙ୍କ ବିଜୟ ଆମେରିକା ଅର୍ଥନୀତିକୁ ନେଇ ଆଶା ବଢାଇଛି, ନିବେଶକମାନଙ୍କୁ ଡଲାରରେ ନିବେଶ କରିବାକୁ ଆକୃଷ୍ଟ କରିଛି ଏବଂ ସୁନା ଦର ଉପରେ ଚାପ ପକାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2024/11/07/KIddzECboLfQR4YWqCZi.jpg)