ଅନୁନ୍ନତ ଜିଲ୍ଲାରେ ଯୁବ ଆଇଏଏସ୍‌ ଅଫିସର୍‌ଙ୍କୁ ନିଯୁକ୍ତ କରାଯାଉ: ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶ୍ୱାସ ଯୁବ ଅମଲାତନ୍ତ୍ରୀମାନେ ଦେଶର ୧୧୫ଟି ଅନୁନ୍ନତ ଜିଲ୍ଲାରେ ନିଯୁକ୍ତ ହେବା ଉଚିତ। କାରଣ ୪୦ ବର୍ଷ ପରେ ପଦୋନ୍ନତି ପାଉଥିବା ଅଧିକାରୀମାନଙ୍କ ତୁଳନାରେ ଯୁବ ଅଧିକାରୀମାନେ ଉତ୍ତମ ରୂପେ ପ୍ରଶାସନର ଆହ୍ଵାନକୁ ମୁକାବିଲା କରି ପାରିବେ।

୪୮ଟି ମାନକ ଆଧାରରେ ୧୧୫ଟି ଜିଲ୍ଲାକୁ ଅନୁନ୍ନତ ଚିହ୍ନଟ କରାଯାଇଛି। ଏହି ଜିଲ୍ଲାଗୁଡ଼ିକରେ ୫ ବର୍ଷ ମଧ୍ୟରେ ଆମୂଳଚୂଳ ପରିବର୍ତ୍ତନ କରାଇବାକୁ ଯୁବ ଆଇଏଏସ୍‌ ଅଫିସର୍‌ଙ୍କୁ ନିଯୁକ୍ତି ଦେବା ସପକ୍ଷରେ ପ୍ରଧାନମନ୍ତ୍ରୀ କହିଛନ୍ତି।

ରାଜଧାନୀରେ ନେସ୍‌ନାଲ୍‌ ଲେଜିସ୍‌ଲେଟରର୍ସ କନ୍‌ଫରେନ୍ସ୍‌ରେ ମୋଦି ନିକଟରେ ହୋଇଥିବା ୧୧୫ଟି ଜିଲ୍ଲାର ସମୀକ୍ଷାରେ ମୋଦି ଏ କଥା କହିଛନ୍ତି। ସେ ଦେଖିଲେ ଯେ ୮୦% ଅଧିକ ଜିଲ୍ଲାପାଳ ୪୦ ରୁ ୪୫ ବର୍ଷ ବୟସର। ତେଣୁ ସେ କହିଲେ କି, ସାଧାରଣତଃ ଜିଲ୍ଲାପାଳମାନଙ୍କ ବୟସ ୨୭ କିଂବା ୨୮ ବର୍ଷ କିଂବା ୩୦ ବର୍ଷ ହୋଇଥାଏ। ତିନି ଚାରିବର୍ଷର ଅଭିଜ୍ଞତା ଥିବା ଯୁବ ଆଇଏଏସ୍‌ ଅଧିକାରୀମାନେ ଏହି କାର୍ଯ୍ୟଭାର ଗ୍ରହଣ କରିଥାଆନ୍ତି। କିନ୍ତୁ ମୁଁ ଦେଖୁଛି ଏହି ୧୧୫ଟି ଜିଲ୍ଲାର ୮୦%ରୁ ଅଧିକ ଜିଲ୍ଲାପାଳଙ୍କୁ ୪୦ ଟପି ଯାଇଛି। ପୁଣି କେତେକଙ୍କୁ ୪୫ ବର୍ଷ ହେଲାଣି।

ପ୍ରଧାନମନ୍ତ୍ରୀ କହିଲେ, ଏ ବୟସର ବର୍ଗର ଅଧିକାରୀମାନଙ୍କର ପିଲାଝିଲା ବଡ଼ ହେବେଣି। ସେମାନେ ତାଙ୍କ ଶିକ୍ଷାଦୀକ୍ଷା ପାଇଁ ଚିନ୍ତିତ ଥିବେ ଏବଂ ବଡ଼ ସହରଗୁଡ଼ିକୁ ଯିବାକୁ ଚାହୁଁଥିବେ। ସେ ମଧ୍ୟ ଦର୍ଶାଇଲେ କି, ଅଧିକାଂଶ ଜିଲ୍ଲାମୁଖ୍ୟମାନେ ହେଉଛନ୍ତି ରାଜ୍ୟ ସିଭିଲ୍‌ ସର୍ଭିସ ପରୀକ୍ଷା ଉତ୍ତୀର୍ଣ୍ଣ ହୋଇ ପଦୋନ୍ନତି ପାଇଥିବା ଅଧିକାରୀ। ସେଥିରୁ ଅଧିକାଂଶ ଦଣ୍ଡିତ ନିଯୁକ୍ତି ପାଇଛନ୍ତି।

ସମ୍ବନ୍ଧିତ ଖବର