ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ବ୍ୟବହୃତ ପିପିଇ (ବ୍ୟକ୍ତିଗତ ସୁରକ୍ଷା ଉପକରଣ) କିଟ୍ ପରିବହନ ପାଇଁ ଡାକ ବିଭାଗ ଦାୟିତ୍ୱ ନେଇଛି | ହିମାଚଳପ୍ରଦେଶ ବାଡି ସ୍ଥିତ ଲୋଡିମାଜ୍ରା ଇଣ୍ଡଷ୍ଟ୍ରିଆଲ୍ ଏରିଆରେ ପ୍ରସ୍ତୁତ ୩୦୦୦ ପିପିଏ କିଟ୍ କୁ ଡାକ ବିଭାଗ ଦେଶର ଦୁଇଟି ମେଟ୍ରୋ ସମେତ ୧୧ ଟି ରାଜ୍ୟର ୧୭ ଟି ସହରକୁ ପଠାଇଛି। ଏହି ପିପିଇ କିଟ୍ କାର୍ଗୋ, ପାର୍ସଲ୍ ଟ୍ରେନ୍ ଏବଂ ଡାକ ବିଭାଗ ପରିବହନ ସେବା ମାଧ୍ୟମରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବ |
photo-livemintଦିଲ୍ଲୀ ଏବଂ ମୁମ୍ବାଇ ବ୍ୟତୀତ ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ପଞ୍ଜାବ, ରାଜସ୍ଥାନ, ଛତିଶଗଡ ଏବଂ ଉତ୍ତରପ୍ରଦେଶ ପାଇଁ ପୋଷ୍ଟ ବିଭାଗ ଦ୍ୱାରା ପିପିଏ କିଟ୍ ବିତରଣ କରାଯିବ।
ଆସିଷ୍ଟାଣ୍ଟ ପୋଷ୍ଟ ମାଷ୍ଟର ଜେନେରାଲ ହିମାଚଳ ପ୍ରଦେଶ ସର୍କଲ ବିଶ୍ୱନ ସିଂ ସୂଚନା ଦେଇଛନ୍ତି ଯେ ଲକଡାଉନ୍ ମଧ୍ୟରେ ଜରୁରୀ ଔଷଧ ଏବଂ ଚିକିତ୍ସା ଉପକରଣ ବିତରଣକୁ ଡାକ ବିଭାଗ ପ୍ରାଥମିକତା ଦେଉଛି। ବର୍ତ୍ତମାନ ସବ ପୋଷ୍ଟ ଅଫିସ ବନ୍ଦ ଥିବାବେଳେ ସ୍ୱାସ୍ଥ୍ୟ ସେବାରେ ନିୟୋଜିତ କର୍ମଚାରୀ ଓ ଡାକ୍ତରଙ୍କ ପାଖରେ କିଭଳି ସୁରକ୍ଷା ଉପକରଣ ପହଂଚିବ ସେଥିପାଇଁ ଡାକ ବିଭାଗ ଏଭଳି ଦାୟିତ୍ୱ ନେଇଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/quartz.jpg)