ନୂଆଦିଲ୍ଲୀ: ପୂର୍ବ ଦିଲ୍ଲୀରେ ଆପ୍ ପ୍ରାର୍ଥୀ ଅତିଶୀଙ୍କ ବିରୋଧରେ ଆଜି ଆପତ୍ତିଜନକ ମନ୍ତବ୍ୟ ଲେଖାଥିବା ପୋଷ୍ଟର୍ ଲଗାଯିବା ଓ ସାଧାରଣରେ ବଣ୍ଟାଯିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଅତିଶୀ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସଂପର୍କରେ ସୂଚନା ଦେଇ କାନ୍ଦି ପକାଇଥିଲେ ଏବଂ ଏହା ପଛରେ ବିଜେପି ପ୍ରାର୍ଥୀ ଗୌତମ ଗମ୍ଭୀରଙ୍କ ହାତ ଅଛି ବୋଲି କହିଥିଲେ। ଅତିଶୀ କହିଛନ୍ତି ଯେ ତାଙ୍କୁ ବଦନାମ କରିବା ପାଇଁ ବିଜେପି ପ୍ରାର୍ଥୀ ଏଭଳି କାଣ୍ଡ ଘଟାଇଛନ୍ତି। ତେବେ ଗୌତମ ଗମ୍ଭୀର ଅତିଶୀଙ୍କ ଅଭିଯୋଗକୁ ଖଣ୍ଡନ କରି ଏହା ଆପ୍ର ଷଡ଼ଯନ୍ତ୍ର ରାଜନୀତିର ଏକ ଅଂଶବିଶେଷ ବୋଲି କହିଛନ୍ତି। ଆପ୍ ନେତାମାନେ ଯୋଜନାବଦ୍ଧ ଭାବେ ତାଙ୍କୁ ବଦନାମ କରିବା ପାଇଁ ପୋଷ୍ଟର ଛାପି ବାଣ୍ଟିଛନ୍ତି। ତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣି ଆପ୍ ବର୍ତ୍ତିପାରିବ ନାହିଁ ବୋଲି ଗମ୍ଭୀର କହିଛନ୍ତି। ଯଦି ପୋଷ୍ଟର ମାମଲାରେ ତାଙ୍କର ସାମାନ୍ୟତମ ଭୂମିକା ଥିବା ଆପ୍ ପ୍ରମାଣ ଦେବ ତା’ହେଲେ ସେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେବେ ବୋଲି ଗମ୍ଭୀର କହିଛନ୍ତି। ଯେ କୌଣସି ସଂସ୍ଥା ଦ୍ବାରା ମାମଲାର ନିରପେକ୍ଷ ତଦନ୍ତ ପାଇଁ ସେ ଆପ୍କୁ ଆହ୍ବାନ ଦେଇଛନ୍ତି।
ଅତିଶୀଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟର୍
ସାମ୍ବାଦିକ ସମ୍ମିଳନୀରେ କାନ୍ଦିଲେ ଅତିଶୀ, ଗୌତମ ଗମ୍ଭୀର ବାଣ୍ଟିଥିବା ଅଭିଯୋଗ
/sambad/media/post_attachments/wp-content/uploads/2019/05/aap-atishi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)