ସୁଶାନ୍ତଙ୍କ ଜୀବନ ଦ୍ବାରା ଅନୁପ୍ରାଣିତ ହୋଇଥିବା ଫିଲ୍ମ ‘ସୁଇସାଇଡ୍ ଅର୍ ମର୍ଡର’ର ପ୍ରଥମ ପୋଷ୍ଟର ରିଲିଜ୍

ସୁଶାନ୍ତଙ୍କ ଭଳି ଦିଶୁଥିବା ଟିକ୍-ଟକ୍ ଷ୍ଟାରଙ୍କୁ ମିଳିଲା ମୁଖ୍ୟ ଭୂମିକା

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ପରେ ଅନେକ ଚଳଚ୍ଚିତ୍ର ନିର୍ମାତା ତାଙ୍କ ଜୀବନକୁ ଆଧାର କରି ଫିଲ୍ମ କରିବେ ବୋଲି ଘୋଷଣା କରିଥିଲେ। ଏବେ ସୁଶାନ୍ତଙ୍କ ଜୀବନ ଦ୍ବାରା ପ୍ରେରିତ ଚଳଚ୍ଚିତ୍ର ‘ସୁଇସାଇଡ୍ ଅର୍ ମର୍ଡର: ଏ ଷ୍ଟାର ୱାଜ ଲଷ୍ଟ’ ର ପ୍ରଥମ ପୋଷ୍ଟର ରିଲିଜ ହୋଇଛି | ଏହି ଚଳଚ୍ଚିତ୍ରର ନିର୍ମାତା ହେଉଛନ୍ତି ବିଜୟ ଶେଖର ଗୁପ୍ତା। ସେ ଏହି ପ୍ରଥମ ପୋଷ୍ଟରକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଏହାର କ୍ୟାପସନରେ ଲେଖା ଅଛି, ‘ଏକ ଛୋଟ ସହରରୁ ଆସୁଥିବା ଜଣେ ଯୁବକ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ନାଁ କମାଇଲେ। । ଏହା ହେଉଛି ତାଙ୍କର ଯାତ୍ରା |

शामिक मौलिक करेंगे निर्देशन
oneindia

ଫିଲ୍ମର ପୋଷ୍ଟର ସହିତ ବିଜୟ ଶେଖର ଗୁପ୍ତା କହିଛନ୍ତି ଯେ, ଏହି ଫିଲ୍ମର ସୁଟିଂ ମୁମ୍ବାଇ ଏବଂ ପଞ୍ଜାବରେ  ହେବ। ସେପ୍ଟେମ୍ବରରେ ସୁଟିଂ ଆରମ୍ଭ ହେବ। ଖ୍ରୀଷ୍ଟମାସ ୨୦୨୦ରେ ଏହି ଫିଲ୍ମ ରିଲିଜ୍ ହୋଇପାରେ | ଏହି ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ର ଭାବେ ଟିକ୍-ଟକ୍ ଷ୍ଟାର ସଚିନ ତିୱାରୀ ଅଭିନୟ କରିବେ। ତେବେ ଏହି ଫିଲ୍ମଟି କେବଳ ସୁଶାନ୍ତଙ୍କ ଜୀବନ ଦ୍ବାରା ଅନୁପ୍ରାଣିତ ଏବଂ ଏହା ତାଙ୍କ ବାୟୋପିକ୍ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ବିଜୟ ଶେଖର ଗୁପ୍ତା।

ସମ୍ବନ୍ଧିତ ଖବର